ମହାକାଶରେ ହେବ ହୋଟେଲ

0 74

୪୦୦ ଲୋକଙ୍କ ପାଇଁ ହେବ ବ୍ୟବସ୍ଥା

ନୂଆଦିଲ୍ଲୀ, ୨ ।୩ : ପୃଥିବୀ ବାହାରେ ଯଦି ଆପଣଙ୍କୁ ରହିବାକୁ ମଉକା ମିଳେ ତାହେଲେ ଆପଣଙ୍କ ପ୍ରତିକ୍ରିୟା କିଭଳି ହେବ? ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିଛିବର୍ଷ ପରେ ଏହା ସତ ପ୍ରମାଣିତ ହେବାକୁ ଯାଉଛି । ପୃଥିବୀ ବାହାରେ ମହାକାଶରେ ହୋଟେଲ ହେବାକୁ ଯାଉଛି । ଏହା ଉପରେ କାମ କରୁଛି ୩ ବର୍ଷ ପୁରୁଣା ଏହି କମ୍ପାନୀ ।୨୦୨୫ ସୁଦ୍ଧା ଏହା ଉପରେ କାମ ଆରମ୍ଭ କରିବ । ଡେଲି ମେଲର ଏକ ଖବର ଦାବି କରାଯାଇଛି ଯେ ୨୦୨୭ ସୁଦ୍ଧା ହୋଟେଲ ସମ୍ପୂର୍ଣ୍ଣ ହୋଇଯିବ । ଏହି ହୋଟେଲରେ ଥିମ ରେସ୍ତୋରାଁ, ହେଲ୍ଥ ସ୍ପା, ସିନେମାହଲ, ଜିମ୍, ଲାଇବ୍ରେରୀ, କନସର୍ଟ ଭେନ୍ୟୁ, ପୃଥିବୀକୁ ଦେଖିବାକୁ ଏକ ଲାଉଞ୍ଜ, ବାର ଓ ରୁମ ରହିବ । ଏହି ହୋଟେଲରେ ୪୦୦ ଲୋକଙ୍କ ପାଇଁ ବ୍ୟବସ୍ଥା ହେବ । ହୋଟେଲରେ କ୍ରୁ ସଦସ୍ୟଙ୍କ ପାଇଁ ଅଲଗା ରୁମ ତିଆରି ହେବ । ଏଥିପାଇଁ ପରର୍ମାନେଣ୍ଟ ଷ୍ଟେକହୋଲଡର୍ସ ଭାବେ ସରକାରୀ ଏଜେନ୍ସିଗୁଡିକୁ ଖୋଜୁଛି ଯେପରି ସେମାନେ ସେଠାରେ ନିଜର ଟ୍ରେନିଂ ସେଣ୍ଟର ଖୋଲିପାରିବେ । ଏହି ହୋଟେଲ ପ୍ରତି ୯୦ ମିନିଟରେ ଗ୍ଲୋବର ଗୋଟିଏ ଚକ୍କର ପୁରା କରିବ । ଏହା ଏକ ପ୍ରକାର ପ୍ରାଇଭେଟ ଭିଲ୍ଲା ଭଳି । ଏହି ସ୍ପେସ୍ ସେଣ୍ଟର ଏକ ବଡ ସର୍କଲ ଆକାରରେ ହେବ ଏବଂ ଏହା କୃତ୍ରିମ ମାଧ୍ୟାକର୍ଷଣ ଜେନେରେଟ କରିବାକୁ ରୋଟେଟ୍ ବି କରିବ । ଏହା ଚନ୍ଦ୍ରମାର ମାଧ୍ୟାକର୍ଷଣ ଭଳି ହେବ । ଡେଲି ମେଲର ଏହି ରିପୋର୍ଟରେ ହୋଟେଲ ତିଆରିରେ କେତେ ଟଙ୍କା ଖର୍ଚ୍ଚ ହେବ ସେ ସମ୍ପର୍କରେ କିଛି କୁହାଯାଇନାହିଁ । ଗେଟୱେ ଫାଉଣ୍ଡେସନର ସଂସ୍ଥାପକ ଜନ ବ୍ଲିଙ୍କୋଭ୍ କହିଛନ୍ତି ଯେ ଏହା ଆଗାମୀ ଇଣ୍ଡଷ୍ଟ୍ରିଆଲ ରିଭୋଲ୍ୟୁସନ ହେବ । ଏହି ୱାଇଜରର କିଛି ଅଂଶ ଗେଟୱେ ଫାଉଣ୍ଡେସନ୍ ଦ୍ୱାରା ପରିଚାଳିତ ହେବ । ପ୍ରଥମେ କମ୍ପାନୀକୁ ମାଧ୍ୟାକର୍ଷଣ ଶକ୍ତି ସହ ଜଡିତ ଟେଷ୍ଟିଙ୍ଗ ପୁରା କରିବାକୁ ହେବ ।

Leave A Reply

Your email address will not be published.