ବିଜେପି ୧୦୦ରୁ ଅଧିକ ଆସନ ବିଜୟୀ ହୋଇପାରିବ ନାହିଁ

0 64

ନୂଆଦିଲ୍ଲୀ, ୩ ।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସି ବିଜୟୀ ହେବ । ବିଜେପି ୧୦୦ରୁ ଗୋଟିଏ ବି ଅଧିକ ଆସନ ବିଜୟୀ ହୋଇପାରିବ ନାହିଁ । ନିର୍ବାଚନ ବେଳେ ଟିଏମସିର ପଲିଟିକାଲ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ଇଣ୍ଡିଆ ଟୁଡେକୁ ଏହା କହିଛନ୍ତି । ଯଦି ବିଜେପି ୧୦୦ରୁ ଅଧିକ ଆସନରେ ବିଜୟୀ ହେବ ତାହେଲେ ସେ ଆଉ ରାଜନୀତିକ ରଣନୀତି କାମ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ରାଜ୍ୟରେ କିଛି ସ୍ଥାନରେ ଟିଏମସି ବିରୋଧରେ ମତ ରହିଛି ହେଲେ ଏବେ ବି ରାଜ୍ୟରେ ମମତା ଲୋକପ୍ରିୟ । ତାଙ୍କ ପ୍ରତି ଲୋକଙ୍କର ବିଶ୍ୱାସ ରହିଛି ତେଣୁ ତାଙ୍କ ନେତୃତ୍ୱାଧୀନ ଦଳ ଟିଏମସି ବିଧାନସଭା ନିର୍ବାଚନରେ ବିଜୟୀ ହେବା ଏକ ପ୍ରକାର ସୁନିଶ୍ଚିତ ବୋଲି ପ୍ରଶାନ୍ତି କିଶୋର ଦୋମ୍ଭୋକ୍ତି ପ୍ରକାଶ କରିଛନ୍ତି । ରାଜନୀତିକ ରଣନୀତିଜ୍ଞଙ୍କ କାମ ଦଳ ପାଇଁ ରଣନୀତି ପ୍ରସ୍ତୁତ କରିବା । କେଉଁ ଦଳ ଜିତିବ କିଏ ହାରିବ ସେ କାମ ସ୍ଥିର କରିବା ତାଙ୍କର ନୁହେଁ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି । ସୂଚନାଯୋଗ୍ୟ ପ୍ରଶାନ୍ତ କିଶୋରଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ତାଙ୍କର ପରାମର୍ଶଦାତା ଭାବରେ ନିଯୁକ୍ତି ଦେଇଛନ୍ତି । ପଞ୍ଜାବ ସରକାରରେ ପ୍ରଶାନ୍ତ ଏବେ କ୍ୟାବିନେଟ ମନ୍ତ୍ରୀର ମାନ୍ୟତା ପାଇବେ । ଏବେ ପ୍ରଶାନ୍ତ କିଶୋରଙ୍କ କମ୍ପାନୀ ଇଣ୍ଡିଆନ୍ ପଲିଟିକାସ ଆକ୍ସନ କମିଟି (ଆଇ-ପିଏସି) ପଶ୍ଚିମବଙ୍ଗରେ ଟିଏମସି ପାଇଁ ସହାୟତା କରୁଛି । ୨୦୧୪ରେ ମୋଦିଙ୍କ ନିର୍ବାଚନ ଦାୟିତ୍ୱ ପିଏକଙ୍କ କମ୍ପାନୀ ବୁଝୁଥିଲା । ଏହାପରେ ସେ କଂଗ୍ରେସ ପାଇଁ ମଧ୍ୟ ପ୍ରଚାର ଦାୟିତ୍ୱ ନେଇଥିଲେ । ହେଲେ ୟୁପିରେ ପ୍ରଶାନ୍ତଙ୍କ ଗୋଟି ଚାଲିନଥିଲା ମୋଦି-ଶାହଙ୍କ ଗୋଟି ଆଗରେ । ପରେ ଜେଡିୟୁ, ଆମ୍ ଆଦମୀ ପାର୍ଟି, ୱାଇଏସଆର କଂଗ୍ରେସ, ଡିଏମକେ ପାଇଁ ମଧ୍ୟ ପ୍ରଶାନ୍ତ ନିର୍ବାଚନରେ ସହାୟତା କରିଛନ୍ତି ।

Leave A Reply

Your email address will not be published.