ଚାକିରି ଦେବା ନାଁରେ ମହିଳାଙ୍କୁ ଯୌନ ଶୋଷଣ ଅଭିଯୋଗରେ ଇସ୍ତଫା ଦେଲେ ମନ୍ତ୍ରୀ

0 57

ବେଙ୍ଗାଲୁରୁ,୩ ।୩: ବିବାଦରେ କର୍ଣ୍ଣାଟକର ମନ୍ତ୍ରୀ । ସେକ୍ସ ସିଡି ସ୍କାଣ୍ଡାଲରେ ଫସିଥିବା କର୍ଣ୍ଣାଟକ ସରକାରର ମନ୍ତ୍ରୀ ରମେଶ ଜାରକିହୋଲିଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଜଣେ ମହିଳାଙ୍କୁ ଚାକିରୀ ପାଇଁ ଦେବା ନାଁରେ ଦୁଷ୍କର୍ମ କରିଥିବା ସାମ୍ନାକୁ ଆସିବା ପରେ ରମେଶ ଇସ୍ତଫା ପ୍ରଦାନ କରିଛନ୍ତି । ସେ ନିଜ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପାଙ୍କ ନିକଟକୁ ପଠାଇ ଦେଇଛନ୍ତି । ସୂଚନାନୁସାରେ ଗତ କିଛିଦିନ ତଳେ କର୍ଣ୍ଣାଟକର ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ଏକ ସିଡି ଜାରି କରିଥିଲେ । ଏଥିରେ ସେ ଅଭିଯୋଗ କରିଥିଲେ ଯେ ମନ୍ତ୍ରୀ ରମେଶ ଜଣେ ମହିଳାଙ୍କୁ ଚାକିରି ଦେବା ନାଁରେ ଯୌନଶୋଷଣ କରିଛନ୍ତି । ସିଡି ସାମ୍ନାକୁ ଆସିବା ପରେ କର୍ଣ୍ଣାଟକ ରାଜନୀତି ସରଗରମ ହୋଇ ଇଠିଥିଲା । କଂଗ୍ରେସ ଦଳ ପକ୍ଷରୁ ରମେଶ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି ହୋଇଥିଲା । ଏହାସହ ସରକାର ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦଳ ଦାବି କରିଥିଲା । ରମେଶ ଜାରକିହୋଲି କର୍ଣ୍ଣାଟକ ସରକାରରେ ଜଳସେଚନ ମନ୍ତ୍ରୀ ଅଛନ୍ତି । ତାଙ୍କ ବିରୋଧରେ ପାୱାର ଟ୍ରାନ୍ସମିଶନ କର୍ପେରେସନ ଲିମିଟେଡରେ ଜଣେ ମହିଳାଙ୍କୁ ଚାକିରି ଦେବା ନାଁରେ ତାଙ୍କ ସହ ଯୌନ ସମ୍ପର୍କ ରଖିଥିଲେ । ଏହାର ସିଡି ସାମାଜିକ କର୍ମୀ ଦିନେଶ କଲ୍ଲାହଲ୍ଲୀ ଜାରି କରିଥିଲେ ।

Leave A Reply

Your email address will not be published.