ମାର୍ଚ୍ଚ ୭ରେ ପଦ୍ମ ଧରିବେ ଗାଙ୍ଗୁଲି!

0 72

କୋଲକାତା,୩ ।୩:ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ବିଜେପିରେ ସାମିଲ ହୋଇପାରନ୍ତି । ଏନେଇ ଚର୍ଚ୍ଚା ର୍ଜୋ ଧରିଛି । କୁହାଯାଉଛି ୟେ, ମାର୍ଚ୍ଚ ୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ରାଲିରେ ସେ ଅଂଶ ଗ୍ରହଣ କରି ପଦ୍ମ ଧରିବେ । ତେବେ ଏନେଇ ବିଜେପି କିମ୍ୱା ଗାଙ୍ଗୁଲିଙ୍କ ତରଫରୁ ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ଗାଙ୍ଗୁଲି ବିଜେପିରେ ସାମିଲ ହେବା ପ୍ରସଙ୍ଗରେ ଦଳ ତରଫରୁ କୁହାଯାଇଛି ଯେ, ସେ ବିଜେପିରେ ସାମିଲ ହେବେ ନା ନାହିଁ ଏହା ତାଙ୍କ ଉପରେ ନିର୍ଭର କରୁଛି । ବିଜେପି ପ୍ରବକ୍ତା ସାମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ଯଦି ଗାଙ୍ଗୁଲି ନିଜର ସ୍ୱାସ୍ଥ୍ୟକୁ ଦେଖି ରାଲିରେ ଭାଗ ନେବାକୁ ଇଚ୍ଛା କରନ୍ତି ତେବେ ତାଙ୍କୁ ସବୁଠାରୁ ଅଧିକ ସ୍ୱାଗତ କରାଯିବ । ବିଜେପି କହିଛି ଯେ, ଗାଙ୍ଗୁଲି ଏବେ ଘରେ ଆରାମ କରୁଛନ୍ତି । ଯଦି ସେ ରାଲିରେ ନିଜର ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ସାମିଲ ହୁଅନ୍ତି ତେବେ ତାଙ୍କୁ ସ୍ୱାଗତ କରାଯିବ । ସେ ରାଲିରେ ଉପସ୍ଥିତ ରହିଲେ ସେ ଲୋକଙ୍କୁ ପସନ୍ଦ କରିବେ ଓ ଲୋକମାନେ ମଧ୍ୟ ତାଙ୍କୁ ପସନ୍ଦ କରିବେ । କିନ୍ତୁ ଏବେସୁଦ୍ଧା ଏହା ସ୍ପଷ୍ଟ ହୋଇନାହିଁ । ସୂଚନାଯୋଗ୍ୟ, ଗାଙ୍ଗୁଲିଙ୍କର ନିକଟରେ ଆଉ ଏକ ଼ଏଞ୍ଜିୟୋପ୍ଲାଷ୍ଟି କରାଯାଇଥିଲା । ସେ ୩ ଦିନ ହସ୍ପିଟାଲରେ ରହି ଜାନୁଆରୀ ୩୧ ତାରିଖରେ ଡିସଚାର୍ଜ ହୋଇଥିଲେ । ଅପରେସନ ପରେ ତାଙ୍କୁ ବିଶ୍ରାମ ନେବାକୁ କୁହାଯାଇଥିଲା ।

Leave A Reply

Your email address will not be published.