ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ

0 86

ରାୟଗଡ଼ : ରାୟଗଡ଼ ବ୍ଲକ ସଦଭାବନା ଗୃହରେ ଶୁକ୍ରବାର ବ୍ଲକ ସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ ହୋଇଯାଇଅଛି । ବ୍ଲକ ଅଧ୍ୟକ୍ଷ ପେଦେଣ୍ଟି ରାମୁଲ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗଙ୍ଗାଧର ପୁଆଲା ମୁଖ୍ୟ ଅତିଥୁ ରୂପେ ଯୋଗ ଦେଇ ସଭିଙ୍କ ପ୍ରିୟ ବିଜୁବାବୁଙ୍କ ବୈମାନିକ ନିପୁଣତା, ସ୍ଵାଧୀନତା ସଂଗ୍ରାମୀ, ମହାନ ରାଜନେତା ଓ ଦରଦୀ ମଣିଷ ପଣିଆ ତଥା ପଞ୍ଚାୟତିରାଜ ବ୍ୟବସ୍ଥା ନିମନ୍ତେ ବିଜୁ ବାବୁଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ । ଅଧକ୍ଷ ପେଦେଣ୍ଟି ରାମୁଲୁ ନାରୀ ସଶକ୍ତିକରଣ , ତ୍ରୀ ସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା, କଳିଙ୍ଗ ବରପୁତ୍ରଙ୍କ ଓଡ଼ିଶାକୁ ଇସ୍ପାତ, ମିଗ ବିମାନ, ବନ୍ଦର ଆଦି ଅବଦାନ ଚିରସ୍ମରଣୀୟ ବୋଲି କହିଥିଲେ । 1 ବି ଡି ଓ ରାଜେନ୍ଦ୍ର ମାଝା ସଭିଙ୍କୁ କର୍ତ୍ତବ୍ୟନିଷ୍ଠ ଓ ବିକାଶମୂଖୀ ହୋଇ ବିଜୁବାବୁଙ୍କ ସ୍ବପ୍ନକୁ ସାକାର କରିବା ନିମନ୍ତେ ପ୍ରବର୍ତ୍ତାଇଥିଲେ । ରାୟଗଡ଼ ବି ଡି ଓ ରାଜେନ୍ଦ୍ର ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ଅମ୍ବିକା ବିଡ଼ିକା, , ପି ଗୌରୀ ଶଙ୍କର , ଉପାଧ୍ୟକ୍ଷା ମିନତୀ ବାଚେଲୀ , ଗୋଷ୍ଠୀ ଶିକ୍ଷା ଅଧ୍ବକାରୀ ରଜନୀକାନ୍ତ ସାମନ୍ତରାୟ ପ୍ରମୁଖ ମଞ୍ଚାସୀନ ଥିଲେ । ଓଡ଼ିଶାର ବରପୁତ୍ର ବିଜୁବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ଓ ପ୍ରଦୀପ ପ୍ରଜ୍ଜଳନ ପରେ ଓଡ଼ିଶା ଜୀବିକା ମିଶନ କର୍ମକର୍ତ୍ତାଙ୍କ ଦ୍ବାରା ପ୍ରାରମ୍ଭିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇଥିଲା । ରାୟଗଡ଼ ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ , ସଭ୍ୟ, ଅଙ୍ଗନବାଡି କର୍ମୀ , ସହାୟିକା ଗୋଷ୍ଠୀ , ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଜୀବିକା ମିଶନ, ଶିଶୁ ବିକାଶ ଆଦି ବିଭାଗୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ଭା ଓ ବିଜୁବାବୁଙ୍କ ଜୀବନ କାହାଣୀ ସମ୍ପର୍କିତ ଭିଡିଓ ପ୍ରଦର୍ଶନ କରାଯାଇଥିଲା । ପରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ମିଶନ ଶକ୍ତି ଓ ଜୀବିକା ମିଶନ ବିଭାଗ ତରଫରୁ ଷ୍ଟଲ ମାନ କରାଯାଇ ବିଭାଗୀୟ କାର୍ଯ୍ୟକ୍ରମ ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା । ଉତ୍କଳ ପ୍ରସଙ୍ଗ ଫେବ୍ରୁଆରି – ମାର୍ଚ , ୨୦୧୬ ସଂଖ୍ୟା ରେ ପ୍ରକାଶିତ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନିଜ ଲେଖାକୁ ମୁଦ୍ରଣ କରି ସମସ୍ତ ଅଂଶଗ୍ରହଣକାରୀଙ୍କୁ ବଣ୍ଟନ କରାଯାଇଥିଲା । ଲୋକସେବା ଦିବସ ଅବସରେ କାମ୍ପ ମାଲିଗାଁ ଗ୍ରାମର କାର ସିନା ହୁଇକା , ହରି ହୁଇକା , ଗୋପୀନାଥ ହୁଇକା, ଲୋକନାଥ ହୁଇକା , ଗଙ୍ଗା ହୁଇକା, ସିନେୟା କୁଇକା, ଡାଲିଗା ହୁଇକା ଓ ନାଗାମା ହିମିରିକା ଏଭଳି ଆଠ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଥୁଲା । ବିଭିନ୍ନ ସରକାରୀ ଯୋଜ୍ଜନାର ସଫଳ କାହାଣୀ ଉପରେ ଆଧାରିତ ଭିଡିଓ କ୍ଲିପ ପ୍ରଦର୍ଶନ କରାଯାଇଥିଲା । ପୂର୍ବଦିନ ଠାରୁ ରାୟଗଡ଼ ବ୍ଲକ କାର୍ଯ୍ୟାଳୟକୁ ରଙ୍ଗୀନ ଆଲୋକମାଳାରେ ସଜାଯାଇଥିଲା । କି ପି ଇ ଓ ଗୋପାଳ ପଣ୍ଡା ଅତିଥୁ ପରିଚୟ ସହ ସ୍ୱାଗତ ଭାଷଣ ଦେଇଥିଲେ । ଶିକ୍ଷକ ନିଲାଞ୍ଚଳ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.