“ରାମ୍ ପାଲ୍ ଏୟାରଲାଇନ୍’

0 69

ଅମୃତସର, ୫ ।୩: ରାସ୍ତାରେ ଦୌଡ଼ୁଛି ରାଫେଲ୍ । ଫ୍ରାନ୍ସ କି ଋଷିଆ ନୁହେଁ ବରଂ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ହୋଇଛି ଏହି ରାଫେଲ୍ । ତେବେ ଏହା କୌଣସି ଯୁଦ୍ଧ କିମ୍ୱା ଉଡ଼ାଇବା ପାଇଁ ତିଆରି ହୋଇନି ବରଂ ଜଣେ ବ୍ୟକ୍ତି ନିଜ ସଉକ ପାଇଁ ତିଆରି କରିଛନ୍ତି । ପଞ୍ଜାବର ଭାଠିଣ୍ଡା ରାସ୍ତାରେ ଗଡ଼ୁଥିବା ଯାହାଜକୁ ନେଇ ଏବେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ରାଫେଲରେ ବସି ସ୍କୁଲ୍ ଯାଉଛନ୍ତି କୁନି କୁନି ପିଲା । ଏବେ ସେମାନଙ୍କ ଖୁସି କହିଲେ ନସରେ । ଅବିକଳ ଲଢ଼ୁଆ ଜେଟ୍ ରାଫେଲ ପରି ତିଆରି ହୋଇଥିବା ଏହି ଯାନର ନାମ ରହିଛି “ପଞ୍ଜାବ ରାଫେଲ୍’ । ଆର୍କିଟେକ ରାମପାଲ ବେହନିୱାଲ ଏବଂ ଦୁଇ ମେକାନିକ୍ ଗୁରୁସେବକ ସିଂ ଓ କୁଲଦୀପ ସିଂ ମିଶି ଏହି ରାଫେଲକୁ ତିଆରି କରିଛନ୍ତି । ଫାଇଟର ଜେଟ୍ ଭଳି ଦେଖାଯାଉଥିବା ଏହି ଗାଡ଼ିରେ ଲାଗିଛି ମାରୁତି କାରର ଇଞ୍ଜିନ୍ ଓ ର୍କା ଭଳି ଷ୍ଟିୟରିଂ ଓ ୪ଟି ଚକ ଲାଗିଛି । ପ୍ରାୟ ୧ ମାସରୁ ଅଧିକ ଦିନ ଲାଗିଛି ଏହି ଜେଟ୍ ତିଆରି କରିବା ପାଇଁ । ଏଥିପାଇଁ ତିନି ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ରାସ୍ତାରେ ଏହା ଘଣ୍ଟା ପ୍ରତି ୨୦ କିଲୋମିଟର ବେଗରେ ଦୌଡ଼ିବ । ଏହି ପଞ୍ଜାବ ରାଫେଲର ଲମ୍ବ ୧୮ ଫୁଟ୍ ଥିବା ବେଳେ ଓସାର ରହିଛି ୯ ଫୁଟ୍ । ତେବେ ଏହି ଯାନର କୌଣସି ରୁଫ୍ ବା ଛାତ ନାହିଁ । ଏହି ପଞ୍ଜାବ ରାଫେଲର ପାର୍ଶ୍୍ୱରେ ଦୁଇଟି ଡେଣା ରହିଛି । ବୋନେଟରେ “ରାମ ପାଲ ଏୟାରଲାଇନ୍ସ’ ଲେଖା ହୋଇଥିବା ବେଳେ ପଞ୍ଜାବର ମାନଚିତ୍ର ମଧ୍ୟ ରହିଛି । ସେପ୍ଟେମ୍ବର ୨୦୨୦ରେ ରାଫେଲ୍ ଜେଟ ଭାରତୀୟ ବାୟୁସେନାରେ ଆନୁଷ୍ଠାନିକ ଭାବରେ ସାମିଲ୍ ହୋଇଥିଲା ।

Leave A Reply

Your email address will not be published.