‘ତୁ ମରି ଯା’ କିନ୍ତୁ ତା ପୂର୍ବରୁ ମୋତେ ଭିଡିଓ ପଠେଇଦବ’

0 75

ଅହମ୍ମଦାବାଦ, ୫ ।୩: ଆୟେଶା ଆତ୍ମହତ୍ୟା ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା । ପୋଲିସ ହାତରେ ଲାଗିଛି ସେହି ୭୦ମିନିଟର ରେକର୍ଡିଂ, ଯେଉଁଥିରେ ଆତ୍ମହତ୍ୟା ପୂର୍ବରୁ ଆୟେଶା ତାଙ୍କ ସ୍ୱାମୀଙ୍କ ସହ କଥା ହୋଇଛନ୍ତି । ଆଉ ଏହି ରେକର୍ଡିଂରୁ ଅନେକ ରହସ୍ୟ ସାମ୍ନାକୁ ଆସିପାରେ । କାହିଁକି ଆତ୍ମହତ୍ୟାର ସାହାର ନେଇ ଥିଲେ ଆୟେଶା ? ଏହି ଅଡ଼ିଓରେ ଏମିତି କଣ ଅଛି ଯାହାକୁ ପୋଲିସ ବଡ଼ ସଫଳତା ବୋଲି କହୁଛି? ଅହମ୍ମଦାବାଦର ସାବରମତି ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ ଆୟେଶା । ଆଉ ମୃତ୍ୟୁ ପୂର୍ବରୁ ସେ ଯେଉଁ ଭିଡ଼ିଓ କରିଥିଲେ ତାହା ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ପୋଲିସ ନିଜଆଡ଼ୁ ଏକ ମାମଲା ରୁଜୁ କରି ରାଜସ୍ଥାନରୁ ଆୟେଶାଙ୍କ ସ୍ୱାମୀ ଆରିଫଙ୍କୁ ଗିରଫ କରିଛି । ଆରିଫ ଗିରଫ ହେବା ପରେ ପୋଲିସ ତନାଘନା ଜାରି ରଖିଛି । ଏପର୍ଯ୍ୟନ୍ତ ଆୟେଶାଙ୍କ ଆତ୍ମହତ୍ୟାକୁ ନେଇ ପୋଲିସ ହାତରେ ଅନେକ ପ୍ରମାଣ ଲାଗିଛି । ଆୟେଶାଙ୍କ ସ୍ୱାମୀ ଆରିଫଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି ପୋଲିସ । ଏହାସହ ଆୟେଶାଙ୍କ ପରିବାର କହିଥିଲେ ଯେ, ଆୟେଶା ଆତ୍ମହତ୍ୟା କରିବା ପୂର୍ବରୁ ଫୋନରେ ଆରିଫଙ୍କ ସହ ପ୍ରାୟ ୭୦ ମିନିଟ୍ କଥା ହୋଇଥିଲେ । ଆଉ ଏବେ ଏହାର ଅଡିଓ ରେକର୍ଡିଂ ପୋଲିସକୁ ମିଳିଛି । ଏଥିରେ ଯାହା ଆରିଫ୍ କହିଛନ୍ତି ତାହା ଶୁଣିଲେ ଆପଣ ତାଜୁବ୍ ହୋଇଯିବେ । ଫୋନରେ ଆରିଫ ଆୟେଶାଙ୍କୁ କହୁଛନ୍ତି ଯେ, ତୁ ମରି ଯା କିନ୍ତୁ ତା ପୂର୍ବରୁ ମୋତେ ଭିଡିଓ ପଠେଇଦବ । ଆଉ ଠିକ୍ ଏମତି ହିଁ କରିଛନ୍ତି ଆୟେଶା । ଆରିଫଙ୍କୁ ଭିଡ଼ିଓ ପଠାଇ ସାବରମତି ନଦୀରେ ସମାଧି ନେଇଯାଇଛନ୍ତି ସେ । ଏହାସହ ଆୟେଶାଙ୍କ ପରିବାର ଲୋକ ଆଉ ଏକ ଅଭିଯୋଗ ଆଣିଛନ୍ତି । ପରିବାର ଲୋକ କହିଛନ୍ତି ଯେ, ଆରିଫ ଅନ୍ୟ ଝିଅ ସହ ପ୍ରେମ ସମ୍ପର୍କ ରଖିଥିଲେ । ତେଣୁ ସେ ଆୟେଶାଙ୍କୁ ବାରମ୍ବାର ନିର୍ଯାତନା ଦେଉଥିଲେ । ଅଭିଯୋଗ ପରେ ବର୍ତ୍ତମାନ ପୋଲିସ ମୋବାଇଲ୍ ତଥ୍ୟ ମାଧ୍ୟମରେ ଅଧିକ ଯାଞ୍ଚ କରିବାକୁ ଚେଷ୍ଟା କରୁଛି । ଆରିଫ ପ୍ରକୃତରେ ଅନ୍ୟ ଝିଅ ସହ ସମ୍ପର୍କରେ ଥିଲା ନା ନାହିଁ ଏବଂ ଯଦି ସେ ଆଉ କାହା ସହ ସମ୍ପର୍କରେ ଥିଲା, ତାହାଲେ ସେ ଝିଅ କିଏ ? ଆଉ ସେହି ଝିଅ ପାଇଁ ସେ, ଆୟେଶାଙ୍କୁ ନିର୍ଯାତନା ଦେଉ ନଥିଲା ତ ? ଏସବୁ ଦିଗ ପ୍ରତି ଖୋଳତାଡ଼ କରୁଛି ପୋଲିସ ।

Leave A Reply

Your email address will not be published.