ବିଜେପି କର୍ମୀଙ୍କ ଉପରେ ବୋମାମାଡ଼

0 71

କୋଲକାତା, ୬ ।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ରାଜନୀତିକ ବୟାନବାଜି ବଢ଼ିବା ସହିତ ହିଂସା ମଧ୍ୟ ବଢ଼ିଛି । ନିର୍ବାଚନରେ ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବିଜେପି-ଟିଏମସି କ୍ଷମତା ଦଖଲ ପାଇଁ ହୁଙ୍କାର ଭରୁଥିବା ବେଳେ ଅନେକ ଦଳୀୟ କର୍ମୀ ଆହତ ସହିତ ମୃତ୍ୟୁବରଣ କରିଛନ୍ତି । ଦକ୍ଷିଣ ୨୪ ପାରଗାନା ଜିଲ୍ଲାର ଏକ ଗାଁରେ ବିସ୍ଫୋରଣ ଘଟଣା ଘଟିଛି । ଯେଉଁଥିରେ ୬ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି । ଟିଏମସି ଏଭଳି କରିଥିବା ଅଭିଯୋଗ ରହିଛି । ଦକ୍ଷିଣ ୨୪ର ପାରଗାନା ଜିଲ୍ଲାର ରାମପୁର ଗାଁରେ ଏହି ବିସ୍ଫୋରଣ ହୋଇଛି । ବିଜେପି କର୍ମୀମାନେ ଅଭିଯୋଗ କରିଛନ୍ତି ଯେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବିବାହ ଉତ୍ସବରୁ ଫେରୁଥିବା ବେଳେ ତାଙ୍କୁ ଘରେ ବୋମାମାଡ଼ କରାଯାଇଥିଲା । ସେ ଅଭିଯୋଗ କରିଛନ୍ତି ଯେ ଟିଏମସି କର୍ମୀ ତାଙ୍କ ଉପରକୁ ବୋମା ଫିଙ୍ଗିଥିଲେ । ଏଥିରେ ୬ ଜଣ ଆହତ ହୋଇଥିଲେ । ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହା ପୂର୍ବରୁ ଗତ ସପ୍ତାହରେ ଉତ୍ତର ୨୪ ପ୍ରାଗଣା ଜିଲ୍ଲାରେ ସମାନ ଘଟଣା ସାମ୍ନାକୁ ଆସିଥିଲା । ଏଥିରେ ବିଜେପି କର୍ମୀ ଗୋପାଳ ମଜୁମଦାର ଏବଂ ତାଙ୍କ ମାଆ ଟିଏମସି କର୍ମୀଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିଲେ । ଫେବୃଆରୀ ୨୭ରେ ଗୋପାଳଙ୍କ ଘରେ ଟିଏମସି କର୍ମୀ ପଶି ବୃଦ୍ଧା ମା’ଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଥିବା ଅଭିଯୋଗ ରହିଛି । ଟିଏମସିକୁ ଟାର୍ଗେଟ କରି ବିଜେପି ମଧ୍ୟ ଏହାକୁ ନେଇ ବୃଦ୍ଧା ମହିଳାଙ୍କ ପୋଷ୍ଟର ଲଗାଇଥିଲା । ଏମିତିକି ବୃଦ୍ଧା ଜଣଙ୍କ ପଶ୍ଚିମବଙ୍ଗର ଝିଅ ନୁହେଁ କି ବୋଲି ବିଜେପି ମମତାଙ୍କୁ ପ୍ରଶ୍ନ କରିଥିଲା । ସେହିପରି ଫେବୃଆରୀ ୧୭ରେ ପଶ୍ଚିମବଙ୍ଗର ମନ୍ତ୍ରୀ ଜାକିର ହୁସେନ୍ଙ୍କୁ ଉପରକୁ ବୋମାମାଡ଼ ହୋଇଥିଲା । ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ଏକ ଷଡଯନ୍ତ୍ର ବୋଲି କହିଥିଲେ ।

Leave A Reply

Your email address will not be published.