ବିଜେପିରେ ମିଶିଲେ ଦୀନେଶ ତ୍ରିବେଦୀ

0 69

ନୂଆଦିଲ୍ଲୀ, ୬ ।୩ କିଛିଦିନ ତଳେ ରାଜ୍ୟସଭାରୁ ଅପ୍ରତ୍ୟାଶିତ ଘଟଣାକ୍ରମରେ ସାଂସଦ ପଦରୁ ଇସ୍ତଫା ଦେଇଥିବା ଟିଏମସସି ନେତା ଦୀନେଶ ତ୍ରିବେଦୀ ଆଜି ବିଜେପିରେ ମିଶିଛନ୍ତି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନ‡ା ଓ କେନ୍ଦ୍ରୀମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଉପସ୍ଥିତିରେ ଶ୍ରୀ ତ୍ରିବେଦୀ ଆଜି ପଦ୍ମ ଧରିଛନ୍ତି । ତାଙ୍କୁ ଜେପି ନ‡ା ଦଳରେ ସାମିଲ ହେବାର ପ୍ରମାଣପତ୍ର ମଧ୍ୟ ଦେଇଛନ୍ତି । ଦୀନେଶ ତ୍ରିବେଦୀ ବିଜେପିରେ ମିଶିବା ପରେ କହିଛନ୍ତି, ଏହା ମୋ ପାଇଁ ସ୍ୱର୍ଣ୍ଣିମ ମୁହୂର୍ତ୍ତ । ଏହି ସମୟ ପାଇଁ ମୁଁ ଦୀର୍ଘ ସମୟ ହେଲା ଅପେକ୍ଷା କରିଥିଲି । ନ‡ାଜୀ ଓ ମୋ ବନ୍ଧୁମାନେ ମୁଁ ଏହି ସମୟକୁ ଅପେକ୍ଷା କରିଥିଲି ବୋଲି ଭଲ ଭାବେ ଜାଣିଛନ୍ତି । ମୁଁ କେବେହେଲେ ବିଚାରଧାରକୁ ଭୁଲେ ନାହିଁ । ଦେଶ ମୋ ପାଇଁ ସବୁଠାରୁ ଉପରେ । ସମସ୍ତେ ଭଲ ଭାବେ ଜାଣିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ହିଁ ଦେଶକୁ ସୁରକ୍ଷିତ ରଖିପାରିବ । ତେଣୁ ମୁଁ ଆଜି ବିଜେପିରେ ମିଶିଛି ବୋଲି ସେ କହିଛନ୍ତି । କ’ଣ ବିଜେପି ତାଙ୍କୁ ନିର୍ବାଚନରେ ଟିକେଟ ଦେବ କି ବୋଲି ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ବେଙ୍ଗଲ ଟିଏମସିକୁ ପ୍ରତ୍ୟାଖ୍ୟାନ କରିଛି । ସେମାନେ ବିକାଶ ଚାହାନ୍ତି । ଦୁର୍ନୀତି ଓ ହିଂସାକୁ ପ୍ରଶୟ ଦେବାକୁ ସେମାନେ ଚାହାନ୍ତି ନାହିଁ । ସେମାନେ ପରିବର୍ତ୍ତନ ପାଇଁ ରାଜି । ରାଜନୀତି ଖେଳ ନୁହେଁ । ସେ(ମମତା ବାନାର୍ଜୀ) ଖେଳିବା ବେଳେ ନିଜର ଆଦର୍ଶକୁ ଭୁଲି ଯାଉଛନ୍ତି ବୋଲି ତ୍ରିବେଦୀ କହିଛନ୍ତି । ଜେପି ନ‡ା ମଧ୍ୟ ତ୍ରିବେଦୀଙ୍କୁ ଶୁଭେଚ୍ଛା ଜଣାଇ ଦଳକୁ ସ୍ୱାଗତ କରିଛନ୍ତି । ସେ କହିଛନ୍ତି ଦିନେଶ ତ୍ରିବେଦୀ ଜଣ ଠିକ ଲୋକ ଯିଏ ଭୁଲ ପାର୍ଟିରେ ଥିଲେ । ବର୍ତ୍ତମାନ ସେ ଠିକ୍ ପାର୍ଟିରେ ମିଶିଛନ୍ତି । ସୂଚନାଯୋଗ୍ୟ, ସଂସଦର ବଜେଟ ଅଧିବେଶନ ବେଳେ ଦୀନେଶ ତ୍ରିବେଦୀ ଜାନୁଆରୀ ୧୨ରେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ । ପ୍ରଶାନ୍ତ କିଶୋରଙ୍କ ଦବଦବା ଟିଏମସିରେ ବଢ଼ୁଥିବାରୁ ସେ ଦଳ ଛାଡ଼ିଥିବା ମଧ୍ୟ ପରୋକ୍ଷରେ ସୂଚନା ଦେଇଥିଲେ ।

Leave A Reply

Your email address will not be published.