ଏବେ ଅସଲ ପରିବର୍ତ୍ତନ ଦିଲ୍ଲୀରେ ହେବ : ମମତା ବାନାର୍ଜୀ

0 66

ସିଲିଗୁଡ଼ି, ୭ ।୩: ବିଧାନସଭା ନିର୍ବାଚନ ଲାଗି ପାଶ୍ଚିମବଙ୍ଗରେ ରାଜନୀତି ଏବେ ଚରମରେ ପହଞ୍ଚିଛି । ବିଧାନସଭା ଦଖଲ ଲାଗି ଗୋଟିଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତା ବ୍ରିଗେଡ ମୈଦାନରେ ବିଶାଳ ଜନସମାବେଶ କରିଥିବା ବେଳେ ଅନ୍ୟପଟେ ମମତା ବାନାର୍ଜୀ ମହଙ୍ଗା ରୋଷେଇ ଗ୍ୟାସ୍ ବିରୋଧରେ ସିଲିଗୁଡିରେ ପଦଯାତ୍ରା କରିଛନ୍ତି । ପଦଯାତ୍ରାରେ ମମତା ଦରଦାମ ବୃଦ୍ଧିକୁ ପ୍ରସଙ୍ଗ କରିଛନ୍ତି । ରୋଷେଇ ଗ୍ୟାସ୍ ସହ ପଦଯାତ୍ରା କରିଥିବା ବେଳେ ମୋଦି କେବଳ ବଡ଼ବଡ଼ କଥା କହନ୍ତି ବୋଲି ମମତା କହିଛନ୍ତି । ଯେମିତି କହୁଛନ୍ତି ବେଙ୍ଗଲରେ “ପରିବର୍ତ୍ତନ’ ହେବ । ଏବେ ଅସଲ ପରିବର୍ତ୍ତନ ତ ଦିଲ୍ଲୀରେ ହେବ ବୋଲି କହିଛନ୍ତି ମମତା । ଖାଲି ବେଙ୍ଗଲ ବିଧାନସଭା ନିର୍ବାଚନର ଫଳାଫଳକୁ ଏବେ ଦେଶବାସୀ ଅପେକ୍ଷା କରି ରହିଛନ୍ତି ବୋଲି ଦିଦି କହିଛନ୍ତି । ଜନାଦେଶ ମୋଦିଙ୍କୁ ବିରୋଧ କରିବ ଓ ଏହାର ଗୁଞ୍ଜରଣ ସାରା ଦେଶରେ ହେବ ବୋଲି କହିଛନ୍ତି ମମତା ବାନାର୍ଜୀ । ଦିଦି କହିଛନ୍ତି ଯେ ଆମେ କେବଳ ଦରଦାମ କଥା କହୁଛେ ହେଲେ ସେ ଦିଲ୍ଲୀରେ ବସି ବିକ୍ରି କରିବାରେ ଲାଗିଛନ୍ତି । ପ୍ରଥମେ ଦିଲ୍ଲୀକୁ ବିକିଲେ ପରେ ଲାଲ କିଲ୍ଲା ଏବେ ଏୟାର ଇଣ୍ଡିଆ ବିକ୍ରି ହେବ ପଛକୁ ରହିଛି ତାଜମହଲ । ପ୍ରତିରକ୍ଷା ବି ବିକ୍ରି କରିଦେଲେଣି, ଏବେ ଭାରତର ନାମକରଣ କଣ “ମୋଦି’ ହେବ? ବଲ୍ଲଭ ଭାଇ ପଟେଲ ଷ୍ଟାଡିୟମକୁ ନିଜ ନାମରେ ନିଜେ ନାମିତ କରିଦେଲେ ଟିକେ ଲଜ୍ଜା ବି କଲେନି ବୋଲି କହିଛନ୍ତି ମମତା । ସେ କହିଛନ୍ତି ଯେ ବାସ୍ତବରେ ଦେଶ ଏବେ ପରିବର୍ତ୍ତନ ଚାହୁଁଛି ଏହି ପରିବର୍ତ୍ତନର ବିଗୁଲ ପଶ୍ଚିମବଙ୍ଗବାସୀ ଫୁଙ୍କିବେ । ବେଙ୍ଗଲର ଜଣେ ଜଣେ ଭୋଟରର ଭୋଟ ଦେଶର ଭବିଷ୍ୟତ ନିର୍ଣ୍ଣୟ କରିବ । ଦେଶର ନାମ ହିନ୍ଦୁସ୍ତାନ ନା ମୋଦି ସ୍ତାନ ହେବ ତାହା ବେଙ୍ଗଲ ନିଷ୍ପତ୍ତି ନେବ ବୋଲି କହିଛନ୍ତି ମମତା ବାନାର୍ଜୀ ।

Leave A Reply

Your email address will not be published.