ପିଏମ୍ କିଷାନ୍ ସମ୍ମାନ ନିଧି ଯୋଜନା, ପଞ୍ଜୀକରଣ କଲେ ମିଳିବ ୪ ହଜାର ଟଙ୍କା

0 72

ନୂଆଦିଲ୍ଲୀ,୭ ।୩: ପିଏମ୍ କିଷାନ୍ ସମ୍ମାନ ନିଧି ଯୋଜନାରେ ପଞ୍ଜୀକରଣ କରିଥିବା କୃଷକଙ୍କ ପାଇଁ କେନ୍ଦ୍ର ସରକାର ଶତ ପ୍ରତିଶତ ପାଣ୍ଠି ଯୋଗାଇ ଦେଉଛନ୍ତି । ଏହି ସ୍କିମ୍ରେ ୨ ଏକରରୁ କମ୍ ଜମି ଥିବା କୃଷକ ଏବଂ ଭାଗ ଚାଷୀଙ୍କ ପରିବାରକୁ ସରକାର ପ୍ରତିବର୍ଷ ୩ଟି କିସ୍ତିରେ ୬ ହଜାର ଟଙ୍କା ଦେଇଥାନ୍ତି । ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକରେ ଥିବା ସରକାର ଏଥିପାଇଁ କୃଷକମାନଙ୍କୁ ଚିହ୍ନଟ କରି ସେମାନଙ୍କ ଲିଷ୍ଟ କେନ୍ଦ୍ରକୁ ଦେବାକୁ ପଡ଼ିବ । ଏହାର ଗାଇଡ୍ଲାଇନ୍ ଅନୁସାରେ ଏହି ଟଙ୍କା ପ୍ରତ୍ୟକ୍ଷ ଭାବେ ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍ କରାଯିବ । ତେବେ ଯେଉଁ ଚାଷୀମାନେ ପଞ୍ଜୀକରଣ କରିନାହାନ୍ତି ସେମାନେ ଏହି ମାସ ଅର୍ଥାତ ୩୧ ତାରିଖ ସୁଦ୍ଧା ଏଥିରେ ପଞ୍ଜୀକରଣ କରିପାରିବେ । ଏହି ତାରିଖ ପୂର୍ବରୁ ଯେଉଁମାନେ ପଞ୍ଜୀକରଣ କରିଥିବେ ସେମାନଙ୍କୁ ସରକାର ୪ ହଜାର ଟଙ୍କା ଦେବେ । ଯଦି ଏହାର ଆପ୍ଲିକେସନ୍ ଗ୍ରହଣ ହୋଇଯାଏ ତେବେ ହୋଲି ପୂର୍ବରୁ ୨ ହଜାର ଟଙ୍କା ମିଳିବ ଏବଂ ଏପ୍ରିଲ୍ ବା ମେ ମାସରେ ଏହାର ଅନ୍ୟ କିସ୍ତି ମିଳିବ ବୋଲି ଏକ ରିପୋର୍ଟରେ କୁହାଯାଇଛି । ସୂଚନାଯୋଗ୍ୟ କୃଷକମାନେ ପିଏମ୍ କିଷାନ୍ ସମ୍ମାନ ନିଧି ଯୋଜନାରେ ପ୍ରତିବର୍ଷ ପ୍ରଥମ କିସ୍ତି ୧ ଏପ୍ରିଲ୍ରୁ ୩୧ ଜୁଲାଇ, ଦ୍ୱିତୀୟ କିସ୍ତି ୧ ଅଗଷ୍ଟରୁ ୩୦ ନଭେମ୍ୱର, ତୃତୀୟ କିସ୍ତି ୧ ଡିସେମ୍ୱର ରୁ ୩୧ ମାର୍ଚ୍ଚ ମଧ୍ୟରେ ଏହି ରାଶି ପାଇଥାନ୍ତି ।

Leave A Reply

Your email address will not be published.