ପାମେଲା ଗୋସ୍ୱାମୀ କୋକେନ କେସ୍

0 71

ବିଜେପି ନେତା ରାକେଶ ସିଂହଙ୍କ ଆଉ ଜଣେ ସହଯୋଗୀ ଗିରଫ

କୋଲକାତା ୭ ।୩: କୋକେନ ଜବତ ମାମଲାରେ ପାମେଲା ଗୋସ୍ୱାମୀଙ୍କ ବୟାନ ଆଧାରରେ ଗିରଫ ବିଜେପି ନେତା ରାକେଶ ସିଂହର ଆଉ ଜଣେ ଘନିଷ୍ଠ ସହଯୋଗୀକୁ ପୋଲିସ ଗିରଫ କରିଛି । ମାମଲାରେ ସମ୍ପୃକ୍ତି ନେଇ ସ୍ପଷ୍ଟ ପ୍ରମାଣ ମିଳିବା ପରେ ପୋଲିସ ନ୍ୟୁଟାଉନସ୍ଥିତ ବାସଭବନ ଉପରେ ଚଢଉ କରି ତାକୁ ଗିରଫ କରିଥିବା ଜଣାପଡିଛି । ମାମଲାରେ ଜନୈକ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ କୋଲକାତା ସହରର ନ୍ୟୁ ଅଲିପୁର ଅଞ୍ଚଳରେ ରହୁଥିବା ୪୨ବର୍ଷ ବୟସ୍କ ଅଭିଯୁକ୍ତର ରାକେଶ ସିଂହ ସହ ସମ୍ପର୍କ ଥିବା ପ୍ରମାଣ ମିଳିଛି । ଏହାଛଡା ନିଶାକାରବାରରେ ମଧ୍ୟ ସମ୍ପୃକ୍ତ ଯୁବକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଜାଣିବା ପରେ ପୋଲିସ ତାକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ବିରୋଧରେ ନାରକୋଟିକ୍ ଡ୍ରଗ୍ସ ଏଣ୍ଡ ସାଇକୋଷ୍ଟ୍ରୋପିକ୍ ସବଷ୍ଟାନସେସ (ଏନଡିପିଏସ) ଆକ୍ଟରେ ମୋକଦ୍ଦମା ରୁଜୁ କରାଯାଇଛି । ଏହି ଗିରଫଦାରୀ ସହ ମାମଲାରେ ପୋଲିସ ଏପର୍ଯ୍ୟନ୍ତ ମୋଟ ୭ ଜଣଙ୍କୁ ଗିରଫ କଲାଣି । ଭାରତୀୟ ଜନତା ଯୁବ ମୋର୍ଚ୍ଚା (ବିଜେୱାଇଏମ) ରାଜ୍ୟ ସାଧାରଣ ସମ୍ପାଦକ ପାମେଲା ଗୋସ୍ୱାମୀ ଓ ତାଙ୍କ ଦୁଇ ସାଥୀଙ୍କ କାରରୁ ୯୦ ଗ୍ରାମ କୋକେନ ଜବତ ହୋଇଥିଲା । ମାମଲାରେ ୩ଜଣଙ୍କ ଗିରଫ ପରଠାରୁ ନିଶା ତସ୍କରୀ ମାମଲାରେ ଜଣକ ପରେ ଜଣେ ୭ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ଅଧିକାରୀ କହିଛନ୍ତି । ପାମେଲା ଓ ତାଙ୍କ ସାଥୀମାନେ କାରରେ ନ୍ୟୁ ଆଲିପୁର ରୋଡରେ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟାକଇ କାରର ଯାଞ୍ଚ କରିବା ବେଳେ କୋକେନ ମିଳିଥିଲା । ମାମଲାରେ ତାଙ୍କୁ ଫଶାଇବା ଲାଗି ଏହା ବିଜେପି ଯୁବ ଶାଖା ନେତା ରାକେଶ ସିଂହର ଷଡ଼ଯନ୍ତ୍ର ବୋଲି ପାମେଲା କହିଥିଲେ । ସେହି ଅନୁସାରେ ପୋଲିସ ଯାଞ୍ଚ ଆଗକୁ ବଢୁଥିବା ବେଳେ ଏହା ଏକ ନିଶା କାରବାର ରାକେଟ୍ ବୋଲି ଏବେ ସନ୍ଦେହ କରାଯାଉଛି । ଗତ ସପ୍ତାହରେ ରାକେଶ ସିଂହର ଅନ୍ୟତମେ ନିକଟତମ ସହଯୋଗୀକୁ ପୋଲିସ ବନ୍ଦରାଞ୍ଚଳରୁ ଗିରଫ କରିଥିଲା । ପୋଲିସ ତାଙ୍କୁ ଅର୍ଫାନଗଞ୍ଜ ଅଞ୍ଚଳରୁ ଗିରଫ କରିଥିଲା ବୋଲି ଅଧିକାରୀ କହିଛନ୍ତି । ଅଭିଯୁକ୍ତଙ୍କ ତାଲିକା ବେଳକୁ ବେଳ ଲମ୍ବିବାରେ ଲାଗିଛି । ଏଣୁ ଆଗକୁ କିଛି ବଡମାଛ ମଧ୍ୟ ପୋଲିସ ଜାଲରେ ପଡିପାରନ୍ତି ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.