କଂଗ୍ରେସ-ଡିଏମକେ ମେଣ୍ଟ: ମାତ୍ର ୨୫ଟି ଆସନରେ ଲଢ଼ିବ କଂଗ୍ରେସ

0 78

ଚେନ୍ନାଇ, ୭ ।୩: ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ବିଜେପି ଓ ଏଆଇଏଡିଏମ୍କେ ମଧ୍ୟରେ ଆସନ ବୁଝାମଣା ହୋଇସାରିଥିବାବେଳେ ଡିଏମ୍କେ ଓ କଂଗ୍ରେସ ମଧ୍ୟରେ ମଧ୍ୟ ସିଟ୍ ସେୟାର ନେଇ ଆଲୋଚନା ଶେଷ ହୋଇଛି । ୨୩୪ଟି ଆସନରୁ କଂଗ୍ରେସ ମାତ୍ର ୨୫ଟି ଆସନରେ ନିର୍ବାଚନ ଲଢିବ ବୋଲି ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି ତାମଲନାଡୁ କଂଗ୍ରେସ ମୁଖ୍ୟ କେ.ଏସ୍ ଆଲାଗିରି । ଏଥିସହ କନ୍ୟାକୁମାରୀ ଲୋକସଭା ଆସନରେ ହେବାକୁ ଥିବା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବ ବୋଲି ଜଣାପଡିଛି । ଆସନ ବୁଝାମଣା ନେଇ ଡିଏମ୍କେ ଓ କଂଗ୍ରେସ ମଧ୍ୟରେ ଦ୍ୱନ୍ଦ୍ୱ ଲାଗି ରହିଥିବାବେଳେ ଏବେ କଂଗ୍ରେସ ୨୫ଟି ଆସନରେ ନିର୍ବାଚନ ଲଢିବ ବୋଲି ଜଣାପଡିଛି । ଏପ୍ରିଲ ୬ ତାରିଖରେ ଗୋଟିଏ ପର୍ଯ୍ୟାୟରେ ହେବ ବିଧାନସଭା ନିର୍ବାଚନ । ଏ ନେଇ ଜୋର ଧରିଛି ରାଜନୀତି ।

Leave A Reply

Your email address will not be published.