ପୁରୁଷ ଦିବସ ଦାବି କଲେ ସୋନାଲ ମାନସିଂ

0 74

ନୂଆଦିଲ୍ଲୀ, ୮ ।୩: ବଜେଟ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ରାଜ୍ୟସଭା ଆରମ୍ଭ ହେବା ମାତ୍ରେ ଉପରାଷ୍ଟ୍ରପତି ତଥା ଗୃହର ଚେୟାରମ୍ୟାନ୍ ଭେଙ୍କେୟା ନାଇଡୁ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଆଉ ବିଭିନ୍ନ ଦଳର ମହିଳା ସାଂସଦ ସଂସଦରେ ମହିଳାଙ୍କ ସଂରକ୍ଷଣ ବାବଦରେ କହିଥିଲେ । ତେବେ ଓଡ଼ିଆ ବୋହୂ ତଥା ପ୍ରଖ୍ୟାତ ଓଡ଼ିଶୀ ଡ୍ୟାନସର ସୋନାଲ ମାନସିଂହ ସଂସଦରେ ନିଜର ମତ ରଖିଥିଲେ । ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ସମସ୍ତେ ମହିଳାଙ୍କ ସୁରକ୍ଷା ଓ ସଂରକ୍ଷଣ ବାବଦରେ କହୁଥିବା ବେଳେ ସୋନାଲ କିନ୍ତୁ କହିଥିଲେ ଅନ୍ତର୍ଜାତୀୟ ପୁରୁଷ ଦିବସ ମଧ୍ୟ ପାଳନ ହେବା ଦରକାର । ଯାହାକି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ କହିଥିଲେ ଯେ ଅନ୍ତର୍ଜାତୀୟ ମହିଳା ଦିବସ ହେଉଛି ସମଗ୍ର ବିଶ୍ୱରେ ମହିଳାଙ୍କ ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ତଥା ରାଜନୈତିକ ଅବଦାନ ତଥା ସଫଳତାକୁ ପାଳନ କରିବା ପାଇଁ ଏକ ଦିନ । ଏହି ସମୟରେ ସେହି ସଫଳତା ପାଇଁ ତାଙ୍କର ଅଦମ୍ୟ ସାହସକୁ ସମ୍ମାନିତ କରିବାର ଦିନ । ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଥିଲେ ଯେ ୨୪ ବର୍ଷ ପୂର୍ବେ ଆମେ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଦେବାକୁ ପ୍ରସ୍ତାବ ଦେଇଥିଲୁ । ଏବେ ମହିଳା ମୋଟ୍ ଜନସଂଖ୍ୟାର ୫୦ ପ୍ରତିଶତ । ତେଣୁ ଏବେ ସଂସଦ ଏବଂ ବିଧାନସଭାରେ ମହିଳାମାନେ ୫୦ ପ୍ରତିଶତ ସଂରକ୍ଷଣ ପାଇବା ଉଚିତ୍ । କାହିଁକି ୫୦ ପ୍ରତିଶତ ସଂରକ୍ଷଣ ମିଳିବ ନାହିଁ ବୋଲି ମଧ୍ୟ ସାଂସଦ ପ୍ରଶ୍ନ କରିଛନ୍ତି । କୋଭିଡ ମହାମାରୀ ବେଳେ ମହିଳାମାନେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି । ତେଣୁ ସଂସଦରେ ଏହି ସବୁ ପ୍ରସଙ୍ଗ ଉପରେ ଆଲୋଚନା ହେବା ଦରକାର ବୋଲି ଶିବସେନା ସାଂସଦ କହିଛନ୍ତି । ସେହିପରି ଏନ୍ସିପି ସାଂସଦ ଡକ୍ଟର ଫୈଜିଆ ଖାନ କହିଛନ୍ତି ଯେ ଅନେକ ରିପୋର୍ଟରୁ ଜଣାପଡିଛି ଯେ ୬ ପ୍ରତିଶତରୁ ଅଧିକ ମହିଳା ମାତ୍ର ନେତୃତ୍ୱ ନେଉଛନ୍ତି । ଏ ବାବଦରେ ଆମେ ଚିନ୍ତା କରିବା ଉଚିତ୍ । ଲୋକସଭା ଓ ରାଜ୍ୟସଭାରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେଇ ଆମେ ଆରମ୍ଭ କରିପାରିବା ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ସାଂସଦ ସୋନାଲ ମାନସିଂହ ହେଉଛନ୍ତି ପ୍ରଖ୍ୟାତ ଓଡ଼ିଶୀ ତଥା ଭାରତନାଟ୍ୟମର ଡ୍ୟାନସର । ୧୯୬୭ରେ ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ରାଷ୍ଟ୍ରପତିଙ୍କ ଦ୍ୱାରା ସେ ସଂସଦକୁ ମନୋନୀତ ହୋଇଛନ୍ତି ।

Leave A Reply

Your email address will not be published.