ଗିରିରାଜଙ୍କ ମନ୍ତବ୍ୟକୁ ନେଇ ଆରଜେଡି ଖପ୍ପା

0 69

ବେଗୁସରାଇ, ୮ ।୩: ଯଦି ସରକାରୀ ଅଧିକାରୀ ଅଭିଯୋଗ ଶୁଣୁ ନାହାନ୍ତି ତାହେଲେ ବାଉଁଶ ଫାଳିଆ ଧରି ଲୋକମାନେ ମାଡ଼ ମାରିବା ଉଚିତ । ବେଗୁସରାଇ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଏଭଳି ମନ୍ତବ୍ୟ ରଖିଥିଲେ । ଏବେ ଏହାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ଗିରିରାଜ ସିଂହଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେହିପରି ଉଭୟ ନୀତୀଶ ସରକାର ଏବଂ କେନ୍ଦ୍ରମନ୍ତ୍ରୀକୁ ନେଇ ବର୍ଷିଛି । ରାଜ୍ୟରେ ମହାଜଙ୍ଗଲରାଜ ଚାଲିଛି କି ବୋଲି ବିରୋଧୀ ଆରଜେଡି ଟ୍ୱିଟ୍ କରି କହିଛି । କେନ୍ଦ୍ରମନ୍ତ୍ରୀ ଆଇନକୁ ହାତକୁ ନେବା ପାଇଁ ଲୋକଙ୍କୁ ଉସୁକେଇବା ପରେ ଗଣମାଧ୍ୟମ ପ୍ରତିନିଧି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପ୍ରତିକ୍ରିୟା ଲୋଡ଼ିଥିଲେ । ଏହାପରେ ବିହାର ମୁଖ୍ୟମନ୍ତ୍ରୀ କହିଥିଲେ କେନ୍ଦ୍ରମନ୍ତ୍ରୀ ଯାହା କହିଛନ୍ତି ତାହା କଣ ଠିକ୍? ମାଡ଼ ମାରିବା ପାଇଁ ଲୋକଙ୍କୁ ଉସୁକେଇବା ଠିକ୍ କି ବୋଲି ସେ ଗିରିରାଜଙ୍କ ପ୍ରଶ୍ନ କରିଥିଲେ । ଶନିବାର ନିଜ ସଂସଦୀୟ କ୍ଷେତ୍ରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଗିରିରାଜ ଏଭଳି ମନ୍ତବ୍ୟ ରଖିଥିଲେ । ସେ କହିଥିଲେ ଅନେକ ଛୋଟ ଛୋଟ କଥାକୁ ନେଇ ମୋ ପାଖକୁ ବାରମ୍ୱାର ଆସୁଛ । ସାଂସଦ, ବିଧାୟକ, ଗାଁ ମୁଖିଆ, ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ବିଡିଓ ସମସ୍ତେ ଲୋକଙ୍କ ସେବା କରିବାକୁ ବାଧ୍ୟ । ଯଦି ସେମାନେ ଅଭିଯୋଗ ଶୁଣୁ ନାହାନ୍ତି ତାହେଲେ ବାଉଁଶ ବାଡ଼ି ଧରି ସେମାନଙ୍କ ମୁଣ୍ଡକୁ ମାର । ଯଦି ଏହା କାମ ନକିରବ ତେବେ ଆପଣଙ୍କ ପଛରେ ଗିରିରାଜ ରହିଛି । ତେବେ ଗିରିରାଜଙ୍କ ଅଭିଭାଷଣ ଶୁଣି ଷ୍ଟେଜ ଉପରେ ବସିଥିବା ଲୋକ ଏବଂ ସମ୍ମାନୀତ ଅତିଥି କରତାଳି ଦେଇଥିଲେ । ଏହାପରେ ଆରଜେଡି ଟ୍ୱିଟ୍ କରି କହିଛି, ରାଜ୍ୟରେ ଗୋଟିଏ ପଟେ ନୀତୀଶ ସରକାର ଯୁବପିଢ଼ୀଙ୍କୁ କହୁଛନ୍ତି ଯଦି ଆପଣ ସରକାର କିମ୍ବା ସରକାରୀ ଅଧିକାରୀଙ୍କୁ ବିରୋଧ କରିବେ, ଧାରଣାରେ ବସିବେ କିମ୍ବା ସୋଶିଆଲ ମିଡିଆରେ ଲେଖିବେ ତାହେଲେ ଜେଲ ଯିବେ । ଆପଣଙ୍କୁ ଚାକିରି କରିବାକୁ ଦିଆଯିବ ନାହିଁ । ଅନ୍ୟପକ୍ଷରେ ଗିରିରାଜ ସିଂ କହୁଛନ୍ତି, ବାଉଁଶ ଉଠାଇ ସରକାରୀ ଅଧିକାରୀଙ୍କୁ ମାଡ଼ ମାର । ଏଠି ମହାଜଙ୍ଗଲରାଜ ଚାଲିଛି କି ବୋଲି ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.