ଗୋଟିଏ ଝିଅକୁ ଭଲ ପାଇ ସୁଇସାଇଡ୍ କଲେ ଦୁଇ ଭାଇ

0 68

କୋଟା, ୯ ।୩: ଗୋଟିଏ ଝିଅକୁ ଭଲ ପାଉଥିଲେ ଦୁଇ ସମ୍ପର୍କୀୟ ଭାଇ । ଏପରି କି ନିଜ ପ୍ରେମିକାର ନାଁକୁ ନିଜ ବାହୁରେ ବି ଲେଖିଥିଲେ । କିନ୍ତୁ ହଠାତ୍ ଦୁଇ ଭାଇ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିବା ଭଳି ଚରମ ପଦକ୍ଷେପ ଆପଣାଇଛନ୍ତି । ପୁଲିସ୍ ଆତ୍ମହତ୍ୟାର କାରଣ ଖୋଜୁ ଥିବା ବେଳେ ରାଜସ୍ଥାନର ବୁନ୍ଦି ଜିଲ୍ଲାରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ସୂଚନା ଅନୁସାରେ, ବୁନ୍ଦି ଜିଲ୍ଲାର ଦବଲାନା ପୁଲିସ୍ ଷ୍ଟେସନ ଅନ୍ତର୍ଗତ କେଶଭପୁର ଗାଁରେ ମହେନ୍ଦ୍ର ଗୁଜ୍ଜର(୨୩) ଓ ଦେବରାଜ ଗୁଜ୍ଜର(୨୩) ରହୁଥିଲେ । ଉଭୟ ସମ୍ପର୍କରେ ଦୁଇ ଭାଇ । ରବିବାର ଭୋର ସମୟରେ ଗୁଡଲା ଗାଁ ଦେଇ ଯାଇଥିବା ଟ୍ରେନ୍ ଲାଇନରେ ଉଭୟ ଆତ୍ମହତ୍ୟା କରିଛନ୍ତି । ସ୍ଥାନୀୟ ଅଞ୍ଚଳର ଷ୍ଟେସନ ହାଉସ ଅଫିସର କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଉଭୟ ମହେନ୍ଦ୍ର ଓ ଦେବରାଜ ସବୁବେଳେ ଏକାଠି ବୁଲାବୁଲି କରନ୍ତି । ସେମାନେ ଆଶା ନାମ୍ନୀ ଗୋଟିଏ ଝିଅକୁ ଭଲ ପାଉଥିଲେ । ଏପରି କି ଉଭୟ ସେମାନଙ୍କ ବାହୁରେ ଆଶାଙ୍କ ନାଁର ଟାଟୁ ମଧ୍ୟ କରିଥିଲେ । ସେମାନଙ୍କ ଫୋନରୁ ମିଳିଥିବା ଫଟୋ ଓ ଅନ୍ୟାନ୍ୟ ତଥ୍ୟରୁ ଜଣାପଡ଼ିଛି ଯେ ଉଭୟଙ୍କ ସହ ଆଶାଙ୍କ ସମ୍ପର୍କ ରହିଥିଲା । ତେବେ ଆଶାଙ୍କ ଘର ଠିକଣା ମିଳିପାରି ନାହିଁ । ଉଭୟ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । କିନ୍ତୁ ସେମାନଙ୍କ ନିକଟରୁ କୌଣସି ସୁଇସାଇଡ ନୋଟ ମିଳିନାହିଁ । ପୁଲିସ୍ ଶବ ବ୍ୟବଚ୍ଛେଦ କରିବା ପରେ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ସେହିପରି ସିଆରପିସି ୧୭୪ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.