ଇସ୍ତଫା ଦେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

0 70

ଡେରାଡୁନ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟାଙ୍କୁ ଭେଟି ସେ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ପ୍ରେସମିଟ୍ କରି ସେ ଏହି ସୂଚନା ଦେଇଛନ୍ତି । ଚାରି ବର୍ଷ ପାଇଁ ଦଳ ତାଙ୍କୁ ଏହି ଦାୟିତ୍ୱରେ ରଖିଥିବାରୁ ସେ ଧନ୍ୟବାଦ ଦେଇଛନ୍ତି । ତ୍ରିବେନ୍ଦ୍ର ଗତକାଲି ଦିଲ୍ଲୀ ଗସ୍ତ କରିଥିଲେ । ଏହି ସମୟରେ ସେ ବିଜେପିର ଶୀର୍ଷନେତାଙ୍କୁ ଭେଟିଥିଲେ । ଆସନ୍ତାବର୍ଷ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବ । ଏହାପୂର୍ବରୁ ଶାସକ ଦଳ ବିଜେପିରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ଦଳରେ ତ୍ରିବେନ୍ଦ୍ରଙ୍କ କାର୍ଯ୍ୟକଳାପକୁ ନେଇ କିଛି ବିଧାୟକ ଅସନ୍ତୁଷ୍ଟ ଥିଲେ । ଯଦି ରାୱତ ଏଭଳି କାର୍ଯ୍ୟଧାରା ଜାରି ରଖିବେ ତାହେଲେ ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦଳ ପରାଜୟ ବରଣ କରିବ ବୋଲି ଆଶଙ୍କା କରିଥିଲେ ଦଳୀୟ ନେତା । ଆଉ ଅସନ୍ତୁଷ୍ଟ ନେତା ଏବଂ ବିଧାୟକ ଦିଲ୍ଲୀରେ ଦଳର ଶୀର୍ଷ ନେତାଙ୍କୁ ଭେଟି ଅବଗତ କରାଇଥିଲେ । ଏବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶିକ୍ଷାମନ୍ତ୍ରୀ ଦୁଷ୍ୟନ୍ତ ଗୌତମ ନହେଲେ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ହୋଇପାରନ୍ତି । ବିଜେପି ନେତାଙ୍କ ମଧ୍ୟରେ ଏହି ଚର୍ଚ୍ଚା ଚାଲିଛି । ଦଳରେ କନ୍ଦଳ ବଢ଼ିବା ପରେ ଦୁଇ ପର୍ଯ୍ୟବେକ୍ଷକ ଦୁଷ୍ୟୁନ୍ତ କୁମାର ଗୌତମ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁୁ ଉତ୍ତରାଖଣ୍ଡ ପଠାଇଥିଲା ବିଜେପି । ଏହାପରେ ପର୍ଯ୍ୟବେକ୍ଷକ ଟିମ୍ ରାଜ୍ୟ ବିଜେପି ନେତୃତ୍ୱଙ୍କ ସହ ଆଲୋଚନା କରିଥିଲେ । ଏହାପରେ ବିଜେପି ସଭାପତିଙ୍କୁ ବୈଠକ ବାବଦରେ ଅବଗତ କରାଇଥିଲେ ଏହି ପର୍ଯ୍ୟବେକ୍ଷକ ଟିମ୍ । ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀ ଉପରେ ଦଳର ନେତା ଅସନ୍ତୁଷ୍ଟ ଥିବା କୁହାଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ସମସ୍ତ କାର୍ଯ୍ୟକ୍ରମ ବାତିଲ କରି ସୋମବାର ଦିଲ୍ଲୀ ଗସ୍ତ କରିଥିଲେ । ସେଠାରେ ସେ ବିଜେପି ସଭାପତି ଜେପି ନ‡ାଙ୍କୁ ଭେଟିଥିବା ସୂଚନା ରହିଛି । ସେହିପରି ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇଥିବା ସୂଚନା ରହିଛି । ସୂଚନାଯୋଗ୍ୟ ଉତ୍ତରାଖଣ୍ଡ ବିଜେପିର ୧୦ ବିଧାୟକ ଏବଂ ୪ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ଆଗକୁ ବିଧାନସଭା ନିର୍ବାଚନ ରହିଛି । ଏଭଳି ହେଲେ ଦଳର ବପର୍ଯ୍ୟୟ ହୋଇପାରେ ବୋଲି ଅସନ୍ତୁଷ୍ଟ ନେତା ପ୍ରକାଶ କିରଥିଲେ ।

Leave A Reply

Your email address will not be published.