ଘାଇକୁ ଖସିପଡ଼ିଲା ବସ୍, ୬ ମୃତ

0 51

ଚାମ୍ବା, ୧୦ ।୩: ପୁଣିଥରେ ହିମାଚଳପ୍ରଦେଶର ଚାମ୍ବାରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ଏଠାକାର ପାହାଡ଼ିଆ ଓ ସଂକୀର୍ଣ୍ଣ ରାସ୍ତାରେ ଯାଉଥିବା ଗୋଟିଏ ଯାତ୍ରୀବାହୀ ବସ୍ ଘାଇକୁ ଖସି ପଡ଼ିଛି । ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି । ବସ୍ଟି ଟୀସାରେ ଥିବା ମଙ୍ଗଲିରୁ ଯାତ୍ରୀଙ୍କୁ ଧରି ଚାମ୍ବା ଆସୁଥିଲା । ତେବେ ଅଧା ବାଟରେ ପାହାଡ଼ିଆ ରାସ୍ତା ଯୋଗୁ ଡ୍ରାଇଭର ଜଣଙ୍କ ଭାରସାମ୍ୟ ହରାଇଥିଲେ । ଫଳରେ ବସଟି ଘାଇକୁ ଖସି ପଡ଼ିଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ବସ୍ଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ସେହିପରି ଘଟଣାସ୍ଥଳରେ ହିଁ ୬ ଜଣଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ଆହତଙ୍କୁ ଚାମ୍ବା ଜିଲ୍ଲା ମୁଖ୍ୟାଳୟରେ ଭର୍ତ୍ତି କରାଯାଇଛି । ଗତବର୍ଷ ନଭେମ୍ବରରେ ଚାମ୍ବା-ଖଜ୍ଜିଆର ରାସ୍ତାରେ ଭାରସାମ୍ୟ ହରାଇ ଗୋଟିଏ କାର ଘାଇରେ ଖସି ପଡ଼ିବାରୁ ୩ ଜଣଙ୍କ ଜୀବନ ଯାଇଥିଲା ।

Leave A Reply

Your email address will not be published.