ନିର୍ମାଣ ର 3ବର୍ଷ ପରେ ମଧ୍ୟ ହସ୍ତାନ୍ତର ହେଉନି ନବନିର୍ମିତ ବିଦ୍ୟାଳୟ ଗୃହ

0 67

କୋରାପୁଟ : ନନ୍ଦପୁର  ଗ୍ରାମ୍ୟ ଉନ୍ନୟନ ବିଭାଗ, ଉପ ବିଭାଜନ ସୁନାବେଡ଼ା । ଓଡ଼ିଶା ସରକାର ଙ୍କ ଦ୍ଵାରା ନନ୍ଦପୁର ବ୍ଲକ୍ ଅନ୍ତର୍ଗତ ହିକିମ ପୁଟ ପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ନୂତନ ଶ୍ରେଣୀ ଗୃହ ତତ୍କାଳିନ ବିଧାୟକ ଶ୍ରୀ ପ୍ରଫୁଲ୍ଲ ପାଙ୍ଗି, ସ୍ଥାନୀୟ ନେତ୍ରୁ ବୃନ୍ଦ, ନନ୍ଦପୁର ବ୍ଲକ ପ୍ରଶାସନିକ ଅଧିକାରୀ, ଗ୍ରାମ୍ୟ ଉନ୍ନୟନ ବିଭାଗ ର ତଥା ଉପା ବିଭାଜନ ସୁନାବେଡ଼ା ର କର୍ମକର୍ତ୍ତା, ଠିକାଦାର ଶ୍ରୀ ସନ୍ତୋଷ ଙ୍କ ଉପସ୍ଥିତିରେ ଶୁଭ ଦିଆଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଅଟକଳ ମୂଲ୍ୟ ଥିଲା 56 ଲକ୍ଷ ଟଙ୍କା, ଲକ୍ଷ ଥିଲା ଆଗାମୀ ବର୍ଷକ ମଧ୍ୟରେ ନିର୍ମାଣ କାର୍ଯ୍ୟ ସାରି ବିଦ୍ୟାଳୟ କର୍ତ୍ତୃପକ୍ଷ, ଙ୍କୁ ହସ୍ତାନ୍ତର କରାଯିବା କଥା , କିନ୍ତୁ ଦୁଃଖର ବିଷୟ ଦୀର୍ଘ 3ବର୍ଷରୁ ଉର୍ଦ୍ଧ ହେବ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ କରିବାକୁ ବିଭାଗ ଓ ଠିକାଦାର ଅସମର୍ଥ ହୋଇଛନ୍ତି । ବର୍ତ୍ତମାନ ବିଦ୍ୟାଳୟ ଟି ହିକୀମ ପୁଟ ସ୍ଥିତ ପୁରୁଣା ଗୃହରେ ଚାଲୁ ଅଛି । 100 ଶଯ୍ୟା ବିଶିଷ୍ଟ ଛାତ୍ରାବାସ ସହ ବିଦ୍ୟାଳୟର ନବମ ଶ୍ରେଣୀ ରେ 49 ଜଣ ଛାତ୍ର ଛାତ୍ରୀ ପଢ଼ୁ ଥିବା ବେଳେ ଦଶମ ଶ୍ରେଣୀ ରେ 52 ଜଣ ଛାତ୍ର ଛାତ୍ରୀ ପଢ଼ୁଛନ୍ତି । ଚଳିତ ମାସ ପ୍ରଥମାର୍ଦ୍ଧରେ ସ୍କୁଲ କର୍ତ୍ତୃପକ୍ଷ ଓ ପରିଚାଳନା କମିଟି ର ସଭାପତି ଶ୍ରୀ କେଶବ ଖରା ଜିଲ୍ଲା ଶିକ୍ଷାଧିକାରୀ ଙ୍କ ସହ ସୁନାବେଡ଼ା ଉପ ବିଭାଜନ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଜଣାଇବା ସହ ଯଥାଶୀଘ୍ର ନୂତନ ଶ୍ରେଣୀ ଗୃହ ହସ୍ତାନ୍ତର କରିବାକୁ ଅନୁରୋଧ କରିଥିଲେ। ବିଭାଗିୟ ଅଧିକାରୀ କିଛି ପ୍ଲାଷ୍ଟର୍  ଶୌଚାଳୟ, ପାନୀୟ ଜଳର ବ୍ୟବସ୍ଥା କାର୍ଯ୍ୟ ବାକି ରହିଥିବା, ଏବଂ ଏଥିନିମନ୍ତେ ବିଭାଗ ତରଫରୁ ଠିକାଦାର ଙ୍କୁ ଯଥା ଶୀଘ୍ର କାର୍ଯ୍ଯ ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି ସାଢେ଼ ତିନିବର୍ଷ ତଳେ ଆରମ୍ଭ ହୋଇଥିବା ଏହି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବହୁ ସ୍ଥାନୀୟ ଓ ନନ୍ଦପୁର ବ୍ଲକ ସମେତ ପାର୍ଶ୍ଵବର୍ତ୍ତୀ ବ୍ଲକ ଅଞ୍ଚଳର ସାଧାରଣ ବର୍ଗ, ଆଦିବାସୀ ହରିଜନ ଛାତ୍ର ଛାତ୍ରୀ ପଢ଼ନ୍ତି। 100 ଶଯ୍ୟା ବିଶିଷ୍ଟ ଛାତ୍ରାବାସ ହୀକିମ୍ ପୁଟ ଠାରେ ନିର୍ମାଣ ସରି ଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀ ଓ ଠିକାଦାର ଙ୍କ ମନ୍ ମୁଖି କାର୍ଯ୍ୟ, ଓ ବିଳମ୍ବ ପାଇଁ ଥିବା ଭିତିରିଆ ମଧୁ ଚନ୍ଦ୍ରିକା ହିଁ ଦାୟୀ ବୋଲି ସର୍ବତ୍ର ଆଲୋଚନା ହେଉଛି। ଏଣୁ ବିଭାଗୀୟ କର୍ମକର୍ତ୍ତା ଙ୍କୁ ଯଥାଶୀଘ୍ର ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ କରି ହସ୍ତାନ୍ତର କରିବାକୁ ଦାବି କରିଛନ୍ତି ପରିଚାଳନା କମିଟିର ସମସ୍ତ ସଦସ୍ୟ ।

Leave A Reply

Your email address will not be published.