ଆପାର୍ଟମେଣ୍ଟର ପାର୍କିଂରେ ଚାଲିଲା ଗୁଳି, ୩ ମୃତ

0 71

ଟେକ୍ସାସ, ୧୨ ।୩: ଆମେରିକାର ଟେକ୍ସାସ ଅନ୍ତର୍ଗତ ଦକ୍ଷିଣ ପଶ୍ଚିମ ହୋଷ୍ଟନରେ ଥିବା ଗୋଟିଏ ଆପାର୍ଟମେଣ୍ଟ କମ୍ପେ୍ଲକ୍ସର ପାର୍କିଂରେ ଭୟଙ୍କର ଗୁଳିକାଣ୍ଡ ଘଟିଛି । ଏଥିରେ ଦୁଇ କିଶୋରଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଆଉ ଜଣେ କିଶୋରଙ୍କୁ ଗୁରତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ୍ କହିଛି ଯେ ଆମେରିକାରର ସ୍ଥାନୀୟ ସମୟ ରାତି ୧୧ଟା ପରେ ଏହି ଗୁଳିକାଣ୍ଡ ଘଟିଛି । ପାର୍କିଂ ସ୍ଥଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଗୋଟିଏ ଗ୍ରୁପ୍ରେ ୫ ଜଣ ଓ ଆଉ ଗୋଟିଏ ଗ୍ରୁପ୍ରେ ୨ ଜଣ ବ୍ୟକ୍ତି ଥିଲେ । ଯୁକ୍ତିତର୍କ ଧୀରେଧୀରେ ହାତାହାତି ଆଡ଼କୁ ଯାଇଥିଲା । ଏହାପରେ ୨ ଜଣିଆ ଗ୍ରୁପ୍ର ଜଣେ ବ୍ୟକ୍ତି ବନ୍ଧୁକ କାଢ଼ି ୫ ଜଣଙ୍କ ଉପରକୁ ଗୁଳି ଚଳାଇଥିଲେ । ଏଥିରେ ଜଣେ ୧୮ ବର୍ଷୀୟ ପୁରୁଷ, ଜଣେ ୧୮ ବର୍ଷୀୟ ଯୁବତୀ ଓ ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ସେହିପରି ଆଉ ଜଣେ ଟିନ୍ଏଜରଙ୍କ ଦେହରେ ଗୁଳିମାଡ଼ ହୋଇଛି । ଏହି ଗ୍ରୁପ୍ରେ ଥିବା ୫ମ ବ୍ୟକ୍ତି ଜଣଙ୍କ ଦେହରେ କୌଣସି ଗୁଳି ମାଡ଼ ହୋଇନାହିଁ । ଆହତ କିଶୋରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ଏବେ ସଂପୂର୍ଣ୍ଣ ସୁସ୍ଥ ଥିବା ପୁଲିସ୍ କହିଛି । ଘଟଣା ପରେ ଗୁଳିମାଡ଼ କରିଥିବା ଦୁଇ ବ୍ୟକ୍ତି ଫେରାର ହୋଇଯାଇଛନ୍ତି । ସେମାନଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ପୁଲିସ ବିଭିତ୍ତ ସ୍ଥାନରେ ଚଢ଼ଉ କରି ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରୁଥିଲେ ହେଁ ଏଯାଏ କୌଣସି ସୁଫଳ ମିଳିନାହିଁ ।

Leave A Reply

Your email address will not be published.