ମୃତ୍ୟୁ ଏମିତି ବି ଆସେ, ବଜ୍ରାଘାତରେ ୪ ଜଳିଗଲେ

0 66

ଗୁରଗାଓଁ, ୧୩ ।୩: ଆପଣ ସବୁବେଳେ ବିଜୁଳି ମାରିବା କଥା ଶୁଣିଥିବା । ବିଜୁଳି ମାଡ଼ରେ ଅନେକ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଥାଏ । ହେଲେ ପ୍ରଥମଥର ପାଇଁ ଗଛ ମୂଳେ ବର୍ଷାରୁ ବର୍ତ୍ତିବା ପାଇଁ ଆଶ୍ରୟ ନେଇଥିବା ଲୋକଙ୍କ ଉପରେ କେମିତି ଆକାଶରୁ ମୃତ୍ୟୁ ଖସିଥିଲା, ତା’ର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଏହି ଦୃଶ୍ୟ ଆପଣଙ୍କୁ ବିଚଳିତ କରିପାରେ । ହେଲେ ଗୁରଗ୍ରାମରେ ଏପରି ଏକ ଘଟଣା ଘଟିଛି । ବିଜୁଳିମାଡ଼ ପରେ ଗଛ ମୂଳେ ଥିବା ୪ ଜଣ ଲୋକ ତଳେ ନିର୍ଜିବଙ୍କ ଭଳି ଟଳି ପଡ଼ିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଥିବେ ବେଳେ ଏବେ ବି ୩ ଜଣ ଜୀବନ ସହ ହସ୍ପିଟାଲରେ ସଂଘର୍ଷ କରୁଛନ୍ତି । ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ସିଗ୍ନେଚର ଭିଲ୍ଲାସ ଆପାର୍ଟମେଣ୍ଟ କମ୍ପେ୍ଲକ୍ସରେ ଏହି ଘଟଣା ଘଟିଛି । ଏହି ଆବସିକ ସୋସାଇଟ୍ର ହର୍ଟିକଲଚର କାମ କରୁଥିବା ୪ ଜଣ ସଦସ୍ୟ ବଗିଚାରେ ଥିବା ବେଳେ ହଠାତ୍ ବର୍ଷା ହୋଇଥିଲା । ସେମାନେ ଏଥିରୁ ବର୍ତ୍ତିବା ପାଇଁ ଗଛ ମୂଳେ ଆଶ୍ରୟ ନେଇଥିଲେ । ବର୍ଷା ଚାଲିଥିବା ବେଳେ ସେମାନେ ଆଶ୍ରୟ ନେଇଥିବା ଗଛ ଉପରେ ହଠାତ୍ ବଡ଼ ଧରଣର ବିଜୁଳି ମାଡ଼ ହୋଇଥିଲା । ବିଜୁଳି ମାଡ଼ ହେବା ବେଳେ ବଡ଼ ନିଆଁ ପିଣ୍ଡୁଳା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହାପରେ ପ୍ରଥମେ ୩ ଜଣ ତଳେ ଟଳି ପଡ଼ିଥିଲେ । କିଛି ସେକେଣ୍ଡ ପରେ ଆଉ ଜଣେ ମଧ୍ୟ ନିସ୍ତେଜ ହୋଇ ବଗିଚାରେ ପଡ଼ି ଯାଇଥିଲେ । ବିଜୁଳିମାଡ଼ର ଶିକାର ହୋଇଥିବା ୪ ଜଣଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲା । ସେମାନଙ୍କ ଶରୀରର ଅଧିକାଂଶ ଅଂଶ ପୋଡ଼ି ଯାଇଛି । ସେହିପରି ଅଧିକ ଗୁରୁତର ହୋଇଥିବା ଜଣେ ବ୍ୟକ୍ତି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ବିଜୁଳି ମାଡ଼ର ଶିକାର ହୋଇଥିବା ଲୋକମାନେ ହେଲେ ଶିବଦତ୍ତ, ଲାଲି, ରାମ ପ୍ରସାଦ ସୁନ୍ଦର ଓ ତାଙ୍କ ସୁପରଭାଇଜର ଅନୀଲ । ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭରେ ପୂରା ଦୃଶ୍ୟ କଏଦ ହୋଇଛି ।

Leave A Reply

Your email address will not be published.