ଶତାବ୍ଦୀ ଏକ୍ସପ୍ରେସରେ ନିଆଁ

0 71

ଡେରାଡୁନ, ୧୩ ।୩: ଦିଲ୍ଲୀ ଡେରାଡୁନ ଶତାବ୍ଦୀ ଏକ୍ସପ୍ରେସରେ ନିଆଁ । ବଗି ନମ୍ୱର ସି-୪ରେ ନିଆଁ ଲାଗିଥିବା ସୂଚନା ରହିଛି । ସର୍ଟ ସର୍କିଟ୍ ପାଇଁ ନିଆଁ ଲାଗିଥିବା କୁହାଯାଉଛି । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଉତ୍ତରାଖଣ୍ଡ ଡିଜିପି ଏହି ସୂଚନା ଦେଇଛନ୍ତି । ପ୍ଲାଟଫର୍ମରେ ପହଞ୍ଚିବା ପୂର୍ବରୁ ଟ୍ରେନରେ ନିଆଁ ଲାଗିଥିବା ଜଣାପଡ଼ିଛି । ସ୍ଥାନୀୟ ମିଡିଆର ରିପୋର୍ଟ ଅନୁଯାୟୀ ଆଜି ଦିଲ୍ଲୀରୁ ଡେରାଡୁନ ଅଭିମୁଖେ ଏହି ଶତାବ୍ଦୀ ଏକ୍ସପ୍ରେସ ଯାଉଥିଲା । ତେବେ ସି-୪ ବଗିରେ ନିଆଁ ଲାଗିବା ପରେ ଯାତ୍ରୀ ମାନେ ଭୟଭୀତ ହୋଇପଡ଼ିଥିଲେ । ଏହି ସମୟରେ ଟ୍ରେନର ଲୋକପାଇଲଟ ଏବଂ ଗାର୍ଡ ଉଭୟ ଆଲୋଚନା କରି ଟ୍ରେନକୁ ହଠାତ୍ କାଁସରୋ ରେଲୱେ ଷ୍ଟେସନରେ ଅଟକାଇ ଦେଇଥିଲେ । ଏହି ସୂଚନା ମିଳିବା ପରେ ରାଜାଜି ଟାଇଗର ରିଜର୍ଭ ରେଳ ବିଭାଗକୁ ସୂଚନା ଦେଇଥିଲା । ରାଜାଜି ଟାଇଗର ରିଜର୍ଭ ଅଞ୍ଚଳରେ ଟ୍ରେନଟି ଅଟକିଥିଲା । ହେଲେ ସେହି ସ୍ଥାନରେ ମୋବାଇଲ୍ ନେଟୱାର୍କ ନଥିଲା । ତେଣୁ ଏହି ଘଟଣା ସମ୍ପର୍କରେ ତେବେ ସମସ୍ତେ ସୁରକ୍ଷିତ ଥିବା ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ଟ୍ରେନ ପାଖରେ ପହଞ୍ଚିବା ପାଇଁ ଜଙ୍ଗଲ ଦେଇ ଏକ ରାସ୍ତା ରହିଛି । ତେଣୁ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ବିଳମ୍ବ ହୋଇଛି । ଏହି ଟ୍ରେନ୍ କିନ୍ତୁ ବର୍ତ୍ତମାନ ଡେରାଡୁନ ଅଭିମୁଖେ ଆସୁଥିବା ସୂଚନା ରହିଛି ।

Leave A Reply

Your email address will not be published.