ସାମାନ୍ୟ ମାସ୍କ ଖସିଗଲେ ବି ବିମାନରୁ ଓହ୍ଲାଇ ଦିଆଯିବ

0 63

ନୂଆଦିଲ୍ଲୀ, ୧୩ ।୩: ବିମାନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଜାରି ହୋଇଛି କଡ଼ା ନିୟମ । ଯଦି ଯାତ୍ରୀମାନେ ଠିକ୍ ଭାବରେ ମାସ୍କ ନପିନ୍ଧିବେ ତା’ହେଲେ ସେମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯିବ । ଏୟାରପୋର୍ଟ ଅଥରଟି ଅଫ୍ ଇଣ୍ଡିଆ, ସିଆଇଇଏସ୍ଏଫ ଓ ଦେଶର ସମସ୍ତ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଏହି ନିର୍ଦ୍ଦେଶ ଦେଇଛି ଡିଜିସିଏ । ତକ୍ରାଳ ଏହି ନିୟମ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି ଡିଜିସିଏ । ଡିଜିସିଏ କହିଛି କିଛି ଯାତ୍ରୀ ଠିକ୍ ଭାବରେ ମାସ୍କ ପିନ୍ଧୁନଥିବା ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ ରଖି ଏହି ନୂଆ ନିର୍ଦ୍ଦେଶ ଦିଆଯାଇଛି । ଅଧିକାଂଶ ଯାତ୍ରୀ ମାସ୍କ କେବଳ ପାଟି ଉପରେ ରଖୁଛନ୍ତି । କିନ୍ତୁ ମାସ୍କ ଉଭୟ ପାଟି ଏବଂ ନାକକୁ ଘୋଡ଼ାଇ ରଖିବା ଉଚିତ୍ । କେବଳ ଚେକିଂ ହେଉଥିବା ସ୍ଥାନରେ ଯାତ୍ରୀମାନେ ଠିକ୍ ଭାବରେ ମାସ୍କ ପିନ୍ଧୁଛନ୍ତି । ଆଉ ବିମାନରେ ବସିବା ବେଳେ ଏହି ନିୟମକୁ ଠିକ୍ ଭାବେ ଅନୁପାଳନ କରୁନାହାନ୍ତି । କରୋନାକୁ ଦୂରେଇ ରଖିବା ପାଇଁ ଠିକ୍ ଭାବରେ ମାସ୍କ ପିନ୍ଧିବା ଜରୁରୀ ଡିଜିସିଏ କହିଛି । ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା, ପିପିଇ କିଟ୍ ଓ ସାନିଟାଇଜର ଉପରେ ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଛି । ଏୟାରପୋର୍ଟ ଅଧିକାରୀଙ୍କୁ ଚିଠି ଲେଖି ଡିଜିସିଏ କହିଛି, ଯଦି କୌଣସି ଯାତ୍ରୀ ବିମାନ ବନ୍ଦରରେ କୋଭିଡ୍ ନିୟମ ଉଲ୍ଲଂଘନ କରୁଛନ୍ତି, ତାହେଲେ ସଂପୃକ୍ତ ଯାତ୍ରୀଙ୍କୁ ସତର୍କ କରାଯିବାର ଆବଶ୍ୟକତା ରହିଛି । ଏମିତିକି ଆବଶ୍ୟକ ପଡ଼ିଲେ ସଂପୃକ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦେବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିୟମ ମୁତାବିକ ହେବା ଆବଶ୍ୟକ ରହିଛି । ସୂଚନାଯୋଗ୍ୟ ଶୁକ୍ରବାର ସୁଦ୍ଧା ୫ ଦିନ ମଧ୍ୟରେ ୧ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ରିପୋର୍ଟ ଦେଇଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକରୁ ଅଧିକ ରହୁଥିବାରୁ ଏହା କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ବୋଲି କୁହାଯାଉଛି । ମହାରାଷ୍ଟ୍ରରେ କୋଭିଡ୍ ସ୍ଥିତି ସବୁଠୁ ଉଦବେଗଜନକ ବୋଲି କୁହାଯାଉଛି । ଏବେ ବଢ଼ୁଥିବା ସଂକ୍ରମଣକୁ ଦେଖି ରାଜ୍ୟର ବିଭିନ୍ନ ସ୍ଥାନରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି । ନାଗପୁର, ଓକେଲା, ପୁଣେ ଆଦି ଭିନ୍ନ ଭିନ୍ନ ସ୍ଥାନରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଥିବା ସୂଚନା ରହିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨.୯୬ ପ୍ରତିଶତ ରହିଛି । ମହାରାଷ୍ଟ୍ର ଓ କେରଳରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୧.୬୯ ପ୍ରତିଶତ ରହିଛି । ସେହିପରି ତାମିଲନାଡୁ, ପଞ୍ଜାବ, ମଧ୍ୟ ପ୍ରଦେଶ, ଦିଲ୍ଲୀ, ଗୁଜରାଟ, କର୍ଣ୍ଣାଟକ ଏବଂ ହରିଆଣାର ସ୍ଥିତି ଚିନ୍ତାଜନକ ରହିଛି ।

Leave A Reply

Your email address will not be published.