ଉତ୍କଳଲୁମିନା କମ୍ପାନୀ ପରିସରରେ ବନ୍ଧୁତ୍ୱ ପୂର୍ଣ କ୍ରିକେଟ ମେଚ ଉଦଯାପିତ

0 78

ରାୟଗଡା : ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ଟିକିରି ନିକିଟସ୍ଥ ଦୋରାଗୁଡା ଠାରେ ଥିବା ବିଶ୍ୱର ଦ୍ଵିତୀୟ ତମ ଆଲୁମିନା କମ୍ପାନୀ ଏକ ବନ୍ଧୁତ୍ୱ ପୂର୍ଣ କ୍ରିକଟ ମେଚ କରିଥିଲେ। ଏହି ମେଚ କମ୍ପାନୀ ପରିସରରେ ଥିବା ଉଷପଡା ଠାରେ ଏକ ନୂତନ ଖେଳ ପଡ଼ିଆ ଉଦଯାପାନ କାର୍ଯ୍ୟକ୍ରମ ରେ ରାୟଗଡା ଜିଲ୍ଲାର 3 ଗୋଟି ଟିମ ଯଥା ମିଡ଼ିଆ 11, ସହ ପୋଲିସ ଟିମ 11 ଓ ପ୍ରସସନ ଟିମ 11 ଓ କମ୍ପାନୀ ପକ୍ଷରୁ କମ୍ପାନୀ ଅଂଚଳର ସମସ୍ତ ପଞ୍ଚୟତ ପ୍ରତିନିଧିଙ୍କ ଏକ ଟିମ, କମ୍ପାନୀ ର କର୍ମଚାରୀଙ୍କ ଏକ ଟିମ ଇ କାଶୀପୁର ବ୍ଲକ ର ଲୋକାଲ ମିଡ଼ିଆ ଟିମ ଏପରି 6 ଗୋଟି ଟିମ କୁ ନେଇ ପ୍ରତିଯୋଗିତା ହୋଇଥିଲା। ଖେଳ ଆରମ୍ଭ ରେ ରାୟଗଡା ଜିଲ୍ଲା ମିଡ଼ିଆ ଟିମ 11 ଙ୍କ ସହ ଅପରପକ୍ଷରେ ଟିକିରି ଓ କାଶୀପୁର ର ପଂଚାୟତ ପ୍ରତିନିଧିଙ୍କ ଟିମ ସହ ଖେଳ ଆରମ୍ଭ ହୋଇଥିଲା। ଏହି ପ୍ରଥମ ମେଚ ରେ ରାୟଗଡା ଜିଲ୍ଲା ମିଡ଼ିଆ ଟିମ ବିଜୟ ଲାଭ କରିଥିଲେ। ଦ୍ଵିତୀୟ ମେଚ କାଶୀପୁର ଲୋକାଲ ମିଡ଼ିଆ ଟିମ ଙ୍କ ସହ କମ୍ପାନୀ ଟିମ ମଧ୍ୟରେ ଖେଳ ହୋଇଥିଲା, ଦ୍ଵିତ୍ୟୟ ମେଚ ରେ କମ୍ପାନୀ ଟିମ ବିଜୟ ଲାଭ କରିଥିଲେ ।ସେପଟେ ଅନ୍ୟ ଦୁଇ ଗୋଟି ଟିମ ପ୍ରସସନ 11 ଓ ପୋଲିସ 11 କୁ ପୂର୍ବରୁ ବାୟ ଦିଆ ଯାଇଥିଲା। ଦ୍ଵିତ୍ୟୟ ଇନିଙ୍ଗ ସେମିଫାଇନ ରାଉଣ୍ଡ ରେପୋଲିସ ଟିମ ସହ ରାୟଗଡା ଜିଲ୍ଲା ମିଡ଼ିଆ ଟିମ ମଧ୍ୟରେ ଖେଳ ହୋଇ ଥିଲା। ସେ ସମୟରେ ରାୟଗଡା ମିଡ଼ିଆ ଟିମ ପୂର୍ବରୁ ଗୋଟିଏ ମେଚ ଖେଳି ଥକି ପଡି ଥିଲେ, ତାର କିଛି ସମୟ ପରେ ପୁଣି ମେଚ ଖେଳିବା ଦ୍ୱାରା ପୂର୍ବରୁ ପୋଲିସ ଟିମ ବାୟ ପାଇ ବସିଥିଲେ, ସେମିଫାଇନ ରେ ମିଡ଼ିଆ ଟିମ ଗୋଟିଏ ପଟେ ଥକାନ ହୋଇ ପଡି ଥିବାରୁ ଦ୍ବିତୀୟ ସେମିଫାଇନ ମେଚ ମିଡିଆ ଟିମ ପାଇଁ ଭାରି  ପଡିଥିଲା କିନ୍ତୁ ସେମିଫାଇନ ମେଚ ଟି ଜିଲ୍ଲା ମିଡ଼ିଆ ଟିମ ହାରି ଥିଲେ ବି ପୋଲିସ ଟିମ ର ର ମଧ୍ୟ ହୋସ ଉଡାଇ ଦେଇଥିଲେ। ଏହା ପରେ କମ୍ପାନୀ ଓ ପ୍ରସସନ ମଧରେ ଦ୍ଵିତ୍ୟୟ ସେମିଫାଇନ ମେଚରେ ରାୟଗଡା ଜିଲାପାଳ ଶ୍ରୀ ମିଶ୍ର ଙ୍କ ଅଧିନାୟକତ୍ୱ ରେ କମ୍ପନି 11 ଙ୍କ ସହ ଖେଳ ହୋଇଥିଲା ସେଥିରେ ପ୍ରସସନ ଟିମ ବିଜୟ ଲାଭ କରିଥିଲେ। ଏପରି ସେସରେ ଫାଇନଲ ମେଚ ରେ ପ୍ରସସନ 11 ଇ ପିଲିସ 11 ମଧ୍ୟରେ ମେଚ ହୋଇଥିଲା ଶେଷ ଓ ଫାଇନାଲରେ ପୋଲିସ ଟିମ ପ୍ରସସନ ଟିମ କୁ ହରାଇ ବିଜୟ ର ପୁରସ୍କାର କମ୍ପନି ର ମୁଖ୍ୟଙ୍କ ଠାରୁ ଗ୍ରହଣ କରିଥିଲେ। ଏହି ପରି କାର୍ଯ୍ୟକ୍ରମ ଓ ସୁସମ୍ପର୍କ ସ୍ଥାପନ କରୁ ଥିବା କମ୍ପାନୀ କର୍ତ୍ତୃପକ୍ଷ ଙ୍କୁ ଜିଲ୍ଲା ତରଫରୁ ଶୁଭେଛା ଓ ପ୍ରଶଂସା  କରିଥିଲେ ଜିଲ୍ଲା ପ୍ରଶାସନ ଓ ଜିଲା ମିଡ଼ିଆ ସଙ୍ଘ

Leave A Reply

Your email address will not be published.