ବିଜେଡି ର ଜୀବନବିନ୍ଦୁ କାର୍ଯ୍ୟକ୍ରମ

0 70

ଭବାନୀପାଟଣା : ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଥୁଆପଦର ଗ୍ରାମପଞ୍ଚାୟତ ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜୀବନବିନ୍ଦୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।  ବିଜୁ ଜନତା ଦଳ କଳାହାଣ୍ଡି ତରଫରୁ ବିଜୁ ପଟ୍ଟନାୟକ ଙ୍କ ୧୦୫ ତମ ଜୟନ୍ତୀ ଅବସରରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ତଥା ରାଜ୍ୟ ପରିଷଦ ସଦସ୍ୟ ଶ୍ରୀଯୁକ୍ତ ସଚିଦା ନନ୍ଦ ମହାଖୁଡ଼ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ଜିଲ୍ଲା ସଭାପତି ଶ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସଚ୍ଚିଦାନନ୍ଦ ମହାଖୁଡ଼, ପୂର୍ବ ସଦର ବିଧାୟକ ଦୁଷ୍ମନ୍ତ ନାୟକ, ଯୁବ ସଭାପତି ଆଦିତ୍ୟ ନନ୍ଦ ,ବିଜୁ ଛାତ୍ର ଜନତା ଦଳ ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ଉପ ସଭାପତି ମଣ୍ଟୁ ନାୟକ,ପ୍ରଦୀପ ମୁଣ୍ଡ, ମୁନିନ୍ଦ୍ର ମହାନ୍ତି, ଜିଲ୍ଲା ସଂପାଦକ ଟିକେଲାଲ ସାହୁ, ସମାଜସେବୀ ସଚିନ ଜେନ ,ବ୍ଲକ ସଭାପତି ସୁରେନ୍ଦ୍ର ପ୍ରଧାନ, ବ୍ଲକ ଯୁବ ସଭାପତି ସୁଶୀଲ ସାହୁ,ପୂର୍ବତନ ଅଧ୍ୟକ୍ଷ ଶେଷଦେଵ ସାହୁ,ଶଙ୍କର ମାଝି,ସରପଞ୍ଚ ଚୂଡ଼ାମଣି ନାୟକ, ସମାଜସେବୀ ମହେନ୍ଦ୍ର ସାହୁ, ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ପୂର୍ବତନ ସହ-ସଂପାଦକ ଅରବିନ୍ଦ ସାହୁ ଛାତ୍ର ନେତା ଜିତେନ୍ଦ୍ର ଗଉଡ଼ ,ଯୁବ ନେତା ଶ୍ରୀକାନ୍ତ ବଣିଆ ,ଆକାଶ ହରପାଳ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.