ଏନଆଇଏ ହେପାଜତରେ ସଚିନ ବାଜେ

0 78

ମୁମ୍ୱାଇ: ଗତକାଲି ବିଳମ୍ୱିତ ରାତିରେ ମମ୍ୱାଇର ଏପିଆଇ ସିଚନ ବାଜେଙ୍କୁ ଏନଆଇଏ ଗିରଫ କରିଥିଲା । ଏନଆଇଏ କୋର୍ଟରେ ହାଜର କରି ୧୪ ଦିନିଆ ରିମାଣ୍ଡ ପାଇଁ ଅନୁମତି ମାଗିଥିଲା । ଆଉ କୋର୍ଟ ମଧ୍ୟ ଫେବୃଆରୀ ୨୫ ଯାଏ ରିମାଣ୍ଡରେ ନେବାକୁ ଏନଆଇଏକୁ ଅନୁମତି ଦେଇଛନ୍ତି । ଉଦ୍ୟୋଗପତୀ ମୁକେଶ ଅମ୍ୱାନୀଙ୍କ ଘର ଆଗରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କାର ରଖିବା ମାମଲାରେ ସଚିନଙ୍କ ସଂପୃକ୍ତି ଥିବା ନେଇ ବିଚାରପତିଙ୍କ ଆଗରେ ପ୍ରମାଣ ଦେଇଛି ଏନିଆଇଏ । ଏମିତିକି ଏହି ମାମଲାରେ ଅନେକ ଅଫିସର, ହାଇପ୍ରୋଫାଇଲ ନେତାଙ୍କ ସଂପୃକ୍ତ ରହିଛି ବୋଲି ଏନଆଇଏ କହିଛି । ଏହି ସୂଚନା ସଚିନ ନିଜେ ଜେରା ବେଳେ ଦେଇଥିବା କୋର୍ଟରେ ଏନଆଇଏ କହିଛି । ଏବେ ରିମାଣ୍ଡ ବେଳେ ସଚିନ ବାଜେ ଏବଂ ଏହି ମାମଲାରେ ସଂପୃକ୍ତି ଥିବା ଅନ୍ୟ ନେତା ଓ ଅଫିସରଙ୍କୁ ସାମ୍ନାସାମ୍ନି କରି ଏନଆଇଏ ଜେରା କରିବ ବୋଲି ଜଣାପଡ଼ିଛି । ତେବେ ସଚିନ ବାଜେ ଗିରଫ ହେବା ପରେ ଶିବସେନା ସେନା ସଞ୍ଜୟ ରାଉତ ତାଙ୍କ ପାଇଁ ଓକିଲାତି କରିଛନ୍ତି । ଏନଆଇଏ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ । ସଚିନ ବାଜେ ଜଣେ ଭଲ ଓ ସଚ୍ଚୋଟ ପୁଲିସ ଅଫିସର ବୋଲି ସଞ୍ଜୟ ରାଉତ କହିଛନ୍ତି । ସୂଚନାଯୋଗ୍ୟ, ଅମ୍ୱାନଙ୍କ ଘର ଆଗରେ ବୋମାଭର୍ତ୍ତି କାର ରଖିବା ମାମଲାରେ ସଚିନ ବାଜେଙ୍କର ସଂପୃକ୍ତି ରହିଥିବା ଏନ୍ଆଇଏ କହିଛି । ତେଣୁ ତାଙ୍କୁ ଗିରଫ କରାଯାଇଛି । ସଚିନଙ୍କ ବିରୋଧରେ ଧାରା ୨୮୬, ୪୬୫, ୪୭୩, ୫୦୬ (୨), ୧୨୦ବି ଇତ୍ୟାଦି ଦଫା ଲଗାଇଛି । ନିକଟରେ ଫେବୃଆରୀ ୨୫ରେ ଅମ୍ୱାନୀଙ୍କ ଘର ଆଗରୁ ଏକ ବୋମାଭର୍ତ୍ତି କାର ଉଦ୍ଧାର ହୋଇଥିଲା । ସିସିଟିଭିର ଫୁଟେଜ ଅନୁଯାୟୀ ଏହି କାର ପାର୍କିଂ ବେଳେ ଏକ ଧଳା ରଙ୍ଗର ଇନୋଭା କାର ହଠାତ୍ ସେହି ରାସ୍ତା ଦେଇଯାଇଥିଲା । ଏହି ଧଳା ରଙ୍ଗର କାରଟିକୁ ଏନଆଇଏ ଏବେ ଜବତ କରିଛି । ଏହି ଧଳା ରଙ୍ଗର ଇନୋଭା କାର ମୁମ୍ୱାଇ ପୁଲିସର ବୋଲି ଜଣାପଡ଼ିଛି । ଯାହାକୁ ସଚିନ ବାଜେ ନିଜେ ଚଳାଉଥିଲେ । ଆଉ ଏହି କାରଟି କ୍ରାଇମବ୍ରାଞ୍ଚ ଅଫିସ ଆଗରେ ହିଁ ଛିଡ଼ା ହୋଇଥିବା ନେଇ ଏକ ମରାଠୀ ଖବରକାଗଜରେ ପ୍ରକାଶ ପାଇଛି । ଏହାପରେ ଏନଆଇଏ ସଚିନ ବାଜେଙ୍କ ଅଧୀନରେ ଥିବା ସମସ୍ତ ପୁଲିସ ଅଫିସର ଏବଂ ଏଟିଏସକୁ ଆବଶ୍ୟକ ହେଲେ ଜେରା କରିପାରେ ବୋଲି ଜଣାପଡ଼ିଛି । ବୋମାଭର୍ତ୍ତି କାରର ମାଲିକ ମନସୁଖ ହିରେନ ଏଟିଏସର ଜେରାର ସମ୍ମୁଖୀନ ହୋଇଥିଲେ । ଏହାପରେ ତାଙ୍କ ମୃତ ଦେହ ରହସ୍ୟଜନକ ଭାବରେ ଏକ ନଦୀରୁ ଉଦ୍ଧାର ହୋଇଥିଲା । ଆଉ ମୃତକଙ୍କ ପରିବାର ଲୋକେ ସିଧା ସଚିନ ବାଜେଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଛନ୍ତି ।

Leave A Reply

Your email address will not be published.