ଟିକେଟ୍ ନ ମିଳିବାରୁ ପାର୍ଟି ଅଫିସ ସମ୍ମୁଖରେ ମସ୍ତକ ମୁଣ୍ଡନ

0 69

ତିରୁଅନନ୍ତପୁରମ ୧୪ ।୩: କେରଳ ମହିଳା କଂଗ୍ରେସ ନେତ୍ରୀ ଲଥିକା ସୁଭାଷଙ୍କୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ପାର୍ଟି ଟିକେଟ୍ ନ ଦେବାରୁ ସେ ଦଳୀୟ କାର୍ଯ୍ୟାଳୟ ବାହାରେ ନିଜର ମସ୍ତକ ମଣ୍ଡନ କରିଛନ୍ତି । ସେ କୌଣସି ଦଳରେ ଯୋଗ ଦେବେନାହିଁ ବୋଲି ସ୍ପଷ୍ଟ ଭାବେ କହିଥିବା ବେଳେ ତାଙ୍କ ପଦରୁ ଇସ୍ତଫା ଦେବେ ବୋଲି କହିଛନ୍ତି । କେରଳ ବିଧାନସଭା ନିର୍ବାଚନ ଲାଗି ରବିବାର କଂଗ୍ରେସ ପ୍ରାର୍ଥୀ ସୂଚୀ ଘୋଷଣା କରିଛି । ଏଥିରେ ମହିଳା କଂଗ୍ରେସ ନେତ୍ରୀ ଲଥିକା ସୁଭାଷଙ୍କ ନାମ ନଥିବାରୁ ସେ ଦଳୀୟ ନେତତ୍ୱ ପ୍ରତି ଅସନ୍ତୋଷ ପ୍ରକାଶ କରିବା ସହ ଏପରି ବିରୋଧ ପ୍ରଦର୍ଶନ କରିଛନ୍ତି । କେରଳ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ରାଜ୍ୟରେ ମେଣ୍ଟ କରିଛି । ମେଣ୍ଟ ନିଷ୍ପତ୍ତି ଅନୁସାରେ ରାଜ୍ୟରେ କଂଗ୍ରେସ ୯୧ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବ । ରବିବାର ୮୬ଟି ଆସନ ଲାଗି ଦଳର ରାଜ୍ୟସଭାପତି ମୂଲ୍ଲାପଲ୍ଲୀ ରାମଚନ୍ଦ୍ରନ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ମହିଳା କଂଗ୍ରେସ ନେତ୍ରୀ ଲଥିକା ଟିକେଟ୍ ଲାଗି ବେଶ୍ ଆଶାୟୀ ଥିଲେ । ତେବେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ତାଙ୍କ ନାମ ନଥିବାରୁ ସେ ରାଜ୍ୟ ନେତୃତ୍ୱ ପ୍ରତି ଅସନ୍ତୋଷ ପ୍ରକଟ କରିବା ସହ ପାର୍ଟି କାର୍ଯ୍ୟାଳୟ ବାହାରେ ମସ୍ତକ ମୁଣ୍ଡନ କରିଛନ୍ତି ।

Leave A Reply

Your email address will not be published.