୫ରୁ ୪ ରାଜ୍ୟରେ ବିଧାନସଭା ନିର୍ବାଚନ ହାରିବ ବିଜେପି : ପାୱାର

0 80

ପୁଣେ ୧୪ ।୩: ଏନସିପି ନେତା ଶରଦ ପାୱାର ୫ ରାଜ୍ୟର ବିଧାନସଭା ନିର୍ବାଚନ ନେଇ ନିଜର ଆକଳନ ସମ୍ପର୍କରେ କହିଛନ୍ତି । ସେ କହିଛନ୍ତି ଯେ ହୁଏତ ଗୋଟିଏ ରାଜ୍ୟରେ ବିଜେପି ଜିତିପାରେ ହେଲେ ୪ଟି ରାଜ୍ୟରେ ହାରିବା ସୁନିଶ୍ଚିତ । ତେବେ ଏହି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଦେଶର ରାଜନୀତିକୁ ଏକ ନୂଆ ଦିଗଦର୍ଶନ ଦେବ ବୋଲି ସେ କହିଛନ୍ତି । ମହାରାଷ୍ଟ୍ର ପୁଣେ ଜିଲ୍ଲା ବାରାମତୀ ସହରରେ ରବିବାର ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ପାୱାର ଏହା କହିଛନ୍ତି । ଏଥିରେ ବିଜୟ ସୁନିଶ୍ଚିତ କରିବା ଲାଗି ବିଜେପି ପଶ୍ଟିମବଙ୍ଗରେ କ୍ଷମତାର ଯେପରି ଦୁରୁପଯୋଗ କରୁଛି ତାହା କିନ୍ତୁ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଓ ପଡୁଚେରୀ ବିଧାନସଭା ଲାଗି ଏବେ ନିର୍ବାଚନ ପ୍ରକ୍ରିୟା ଚାଲିଛି । ମେ ୨ ତାରିଖରେ ଫଳାଫଳ ଜଣାପଡିବ । ତେବେ କେରଳରେ ବାମପନ୍ଥୀ ଓ ଏନସିପି ମେଣ୍ଟ ନିଶ୍ଚିତ ଜିତୁଥିବା ପାୱାର କହିଛନ୍ତି । ସେହିପରି ତାମିଲନାଡୁରେ ଏମ.କେ.ଷ୍ଟାଲିନଙ୍କ ଡିଏମକେ ଓ ମେଣ୍ଟ ଏଥିର କ୍ଷମତାକୁ ଫେରିବ । ତେବେ ପଶ୍ଚିମବଙ୍ଗ ବିଧାନସଭା ହାତେଇବା ଲାଗି ବିଜେପି ଯେପରି କ୍ଷମତାର ଅପପ୍ରୟୋଗ କରୁଛି ତାହା ସାରା ଦେଶ ଏବେ ଅନୁଭବ କରିପାରୁଥିବା ପାୱାର କହିଛନ୍ତି । ସେ କହିଛନ୍ତି ଯେ ପଶ୍ଚିମବଙ୍ଗ ଜନସାଧାରଣ କେନ୍ଦ୍ର ସରକାରଙ୍କୁ ଉଚ୍ଚିତ ଜବାବ ଦେବେ । ଦେଶରେ ଅନିୟନ୍ତ୍ରିତ ମୁଦ୍ରାସ୍ପିତି, ଦରଦାମ ବୃଦ୍ଧି କୃଷକ ଶୋଷଣ ଲାଗି କେନ୍ଦ୍ର ସରକାରଙ୍କୁ ନିଶ୍ଚିତ ପାନେ ମିଳିବ ବୋଲି ସେ ଆଶା କରିଛନ୍ତି । ତେବେ ଆସାମରେ ସର୍ବାନନ୍ଦ ସୋନୱାଲଙ୍କ ସ୍ଥିତି ବେଶ ଭଲ ଥିବା ଜଣାପଡୁଛି । ଏଣୁ ହୁଏତ ରାଜ୍ୟବାସୀ ପୁଣି ସୋନୋୱାଲଙ୍କ ହାତରେ ରାଜ୍ୟର ଦାୟିତ୍ୱ ନ୍ୟସ୍ତ କରିପାରନ୍ତି ବୋଲି ପାୱାର କହିଛନ୍ତି ।

Leave A Reply

Your email address will not be published.