ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

0 67

ପାରଳାଖେମୁଣ୍ଡି, ୧୭ା୩ : ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅନ୍ତର୍ଗତ ବାଘଝୋଲି ମୁଖ୍ୟ ରାସ୍ତାରେ ଏକ ଟ୍ରାକ୍ଟର ଓଲଟି ପଡିବା ଫଳରେ ଜଣେ ଶ୍ରିକର ମୃତ୍ୟୁ ଘଟିଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଗତକାଲି ଅଣ୍ଡ୍ରାଗଡ-ଜିରାଙ୍ଗ ମଧ୍ୟସ୍ଥ ବାଘଝୋଲି ଗ୍ରାମ ରାସ୍ତାରେ ଟ୍ରାକ୍ଟର ନମ୍ବର ଓଡି୨୦ ୭୮୦୪ ବାଲି ଉଠାଇବା ପାଇଁ ଯାଉଥିବା ବେଳେ ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଟ୍ରାକ୍ଟରର ଡାଲା ଓଲିଟି ପଡିଥିଲା । ଏଥିରେ ବସିଥିବା ୪ଜଣ ଶ୍ରମିକଙ୍କ ମଧ୍ୟରୁ ନୀଳକଣ୍ଠ ଗମାଙ୍ଗଙ୍କ ଦୁର୍ଘଟଣା ସ୍ଥଳରେହିଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇପଡିଥିବାରୁ ତାଙ୍କୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଶ୍ରମିକମାନଙ୍କୁ ଆଘାତ ଲାଗି ଥିବାରୁ ସେମାନେ ସ୍ଥାନୀୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ମୃତ ନୀଳକଣ୍ଠଙ୍କୁ ବ୍ରହ୍ମପୁର ସ୍ଥିତ ବଡଡାକ୍ତରଖାନାରେ ଶବବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ ମୋହନା ଥାନାରେ ୭୧/୨୧ରେ ଏକ ମାମଲା ରୁଜୁ କରାଯାଇ, ଏହାର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସୁଜିତ କୁମାର ନାୟକ ଜଣାଇଛନ୍ତି ।

Leave A Reply

Your email address will not be published.