ଚୋରା କାଠ ଚାଲାଣ ପାଇଁ ଗଚ୍ଛିତ ଥିବା ୭୩ ଖଣ୍ଡ ଟିକ୍ କାଠ ଜବତ

0 72

ପାରଳାଖେମୁଣ୍ଡି, ୧୭ା୩ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଗୋରିବନ୍ଧା ପଞ୍ଚାୟତ ଅନ୍ତର୍ଗତ ରାଜପୁର ଗ୍ରାମ ନିକଟରୁ ସ୍ଥାନୀୟ ଫରେଷ୍ଟ ରେଂଜ୍ ଅଫିସର କର୍ମଚାରୀମାନେ ୭୩ ଖଣ୍ଡ ଟିକ୍ କାଠ ଜବତ କରିଛନ୍ତି । ଏଗୁଡିକ ଚୋରାଚାଲାଣ ପାଇଁ ଗଚ୍ଛିତ ଥିବା ଅନୁମାନ କରାଯାଉଛି । ଓଡିଶା ଦେଇ ଯାଇଥିବା ଗୁଣୁପୁର-ପାରଳାଖେମୁଣ୍ଡି ମୁଖ୍ୟରାସ୍ତାର କିଛି ଦୂରରେ ଏକ ପାଦଚଲା ରାସ୍ତାକଡରୁ ଏହି କାଠ ଜବତ ହୋଇଛି । ଉଲ୍ଲିଖିତ ସ୍ଥାନ କୌଣସି ବ୍ୟକ୍ତିଙ୍କ ଚାଷଜମିର ପରିସରଭୁକ୍ତ ନୁହେଁ ବୋଲି ରେଂଜର ଅରୁଣ କୁମାର ସାହୁ ଗଣମାଧ୍ୟମକୁ ଜଣାଇଛନ୍ତି । ସେ ବି କହିଛନ୍ତି ଯେ ନିର୍ଦ୍ଧିଷ୍ଟ ସୂଚନା ଅଧାରରେ ଫରେଷ୍ଟର୍ ଧନଂଜୟ ମିସାଲ ଓ ଫରେଷ୍ଟଗାର୍ଡ ବିଜୟ କୁମାର ମହାରଣା କାଠ ରାଖା ଯାଇଥିବା ସ୍ଥାନରେ ପହଞ୍ôଚଥିଲେ ଓ କାଠସବୁ ଜବତ କରିଥିଲେ । ମୋଟ ୫୯.୭୪ କ୍ୟୁବିକ୍ ଫିଟର ୭୩ ଖଣ୍ଡ ଟିକ୍ କାଠ ଓ ଅନ୍ୟାନ୍ୟ କେତକ କାଠ ଜବତ ହୋଇଥିଲା । ତେବେ କିଏ ବିନାନୁମତିରେ କାଠ କାଟି ଉଲ୍ଲିଖିତ ସ୍ଥାନରେ ଜମାଇଥିଲା ତାହା ଜଣା ପଡିନାହିଁ । ଏକ ୟୁଡି କେସ କରାଯାଇ ତଦନ୍ତ ଜାରି ରହି ଥିବାର ବିଭାଗୀୟ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.