ରସିକିୟା ଶିକ୍ଷକ ଙ୍କ ନାରକିୟ କାଣ୍ଡ, ଝିଅ ବୟସର ଛାତ୍ରୀ ଙ୍କ ସହ ଶାରୀରିକ ସଂପର୍କ

0 74

ମ. ରାମପୁର:୧୭/୩ : “ଗୁରୁ ଙ୍କୁ ନ ମଣିବ ନର, ଗୁରୁ ଯେ ସାକ୍ଷାତେ ଈଶ୍ୱର”କିନ୍ତୁ ଗୁରୁ ଶିଷ୍ୟ ର ପବିତ୍ର ସମ୍ପର୍କ ରେ କଳଙ୍କ ର ଛିଟା ବୋଲିଥିବା ଜଣେ ଶିକ୍ଷକ ଙ୍କ ବିରୋଧ ରେ ଆସିଚି ଏକ ସଙ୍ଗୀନ ଅଭିଯୋଗ। କିଛି ଦିନ ତଳେ ଏକ ସରପଞ୍ଚ ଙ୍କ ରସିକୀୟ କାଣ୍ଡ ର ଘଟଣା ମନରୁ ଲିଭି ନଥିବା ବେଳେ ପୁଣିଥରେ ଏମିତି ଯୌନ ଶୋଷଣ ର ଅଭିଯୋଗ ମ. ରାମପୁର ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି। ସୂଚନା ମୁତାବକ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ବାରବନ୍ଧା ଅଞ୍ଚଳ ର ଜଣେ ନବମ ଶ୍ରେଣୀ ନାବାଳିକା ଛାତ୍ରୀ ଯୌନ ଶୋଷଣ ର ଶିକାର ହେଇଛନ୍ତି। ତାହା ପୁଣି ସେହି ସ୍କୁଲ ର ଶିକ୍ଷକ ଶ୍ରୀ ହିମାଦ୍ରି ମଳୟ ମଙ୍ଗରାଜ ଯାହାଙ୍କ ଘର ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ଅଞ୍ଚଲରେ। ଉକ୍ତ ଶିକ୍ଷକ ଜଣକ କିଛିଦିନ ତଳେ ସେହି ନାବାଳିକା ଛାତ୍ରୀ ଙ୍କୁ ନିଜ ଘର ବୋଲଗଡ଼ କୁ ନେଇ ଫେରାର ହୋଇଯାଇଥିଲେ।କିନ୍ତୁ ପରେ ଝିଅ ଟି କୁ କୌଣସିମତେ ବୁଝେଇ ସୁଝେଇ ଘର କୁ ଫେରିଯିବା ପାଇଁ କହି ବରମୁଣ୍ଡା ବସ ଷ୍ଟାଣ୍ଡ ରେ ଏକ ବସ ରେ ବସେଇ ପଠାଇଥିଲେ। ଏପଟେ ପରିବାର ପକ୍ଷରୁ ମଦନପୁର ରାମପୁର ଥାନା ରେ ଝିଅ ନିଖୋଜ ଏକ ମାମଲା ଦାୟର କରିଥିଲେ। ଏ ନେଇ ପୁଲିସ୍ ଘଟଣା ର ତଦନ୍ତ କରି ଜାଣିବାକୁ ପାଇଲେ ଯେ ଝିଅଟି ନର୍ଲା ବ୍ଲକ୍ ର ପଲମ୍ ଗ୍ରାମ ରେ ଥିବା ସୂଚନା ପାଇ ପରିବାର ସହ ପୁଲିସ୍ ଝିଅଟିକୁ ଉଦ୍ଧାର କରିବା ସହ ପଚରା ଉଚରା କରିଥିଲେ। ଝିଅ ଟିର ବୟାନ ଅନୁସାରେ ଗତ ଦୁଇ ବର୍ଷ ହେବ ଶିକ୍ଷକ ଜଣକ ତାଙ୍କୁ ଶାରୀରିକ ନିର୍ଯାତନା ଦେଇଆସୁଥିଲେ। ଏହା ଜାଣି ପୁଲିସ୍ ସଂପୃକ୍ତ ଶିକ୍ଷକ ଙ୍କ ବିରୋଧ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.