ଦଣ୍ଡନାଚ ପରିଚାଳନା ବୈଠକ

0 73

ବୁଗୁଡା–ବୁଗୁଡା ତହସିଲଦାର ତଥା ଏଗଜିକିଉଟିଭ ମାଜିଷ୍ଟ୍ରେଟ ସଂଗ୍ରାମ କେଶରୀ ଜେନାଙ୍କ ତତ୍ତ୍ୱାବଧାନରେ ମାର୍ଚ୍ଚ ୧୬ ତାରିଖ ଦିନ ବୁଗୁଡା ବ୍ଲକର ୧୬ ଟି ଦଣ୍ଡନାଚ ମୁଖିଆ ଓ ଅନ୍ୟ ପ୍ରତିନିଧି ମାନଙ୍କ ସହ ତାହାସିଲ କାର୍ଯ୍ୟାଳୟ ମଧ୍ୟରେ ଦଣ୍ଡନାଚ ପରିଚାଳନା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ତହସିଲଦାର ଶ୍ରୀ ଜେନା ସରକାରଙ୍କ ସମସ୍ତ ଅନୁଶାସନ ମାନି ଦଣ୍ଡନାଚ କରିବାକୁ ପରାମର୍ଶ ଦେଇଥିଲେ। ଅଧିକ ଶବ୍ଦ ଦିଆଯିବ ନାହିଁ, ବାହାର ରାଜ୍ୟର ବା ପ୍ରବାସୀ ମାନଙ୍କୁ ଗ୍ରହଣ କରାଯିବ ନାହିଁ, ମେଲୋଡ଼ି ଓ ଗୃପ ନୃତ୍ୟ ପରିବେଷଣ ହେବ ନାହିଁ, ଅଶ୍ଳୀଳ ନୃତ୍ୟ ଓ ଗୀତ ରହିବ ନାହିଁ, ନାଟକର ପ୍ରାରମ୍ଭ ଓ ମଧ୍ୟରେ କରୋନା ସଚେତନତା କାର୍ଯ୍ୟ ରହିବ ଓ କୋଭିଡ ଆଇନ ମାନି ଦଣ୍ଡନାଚ କରିବା ପାଇଁ ନିର୍ଦ୍ଦେଶ ଥିବା ଶ୍ରୀ ଜେନା ପ୍ରକାଶ କରିଥିଲେ। ସମସ୍ତ ପ୍ରତିନିଧି ନିୟମ ମାନି ଦଣ୍ଡନାଚ ପରିଚାଳନା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

Leave A Reply

Your email address will not be published.