ଅଜଣା ଜନ୍ତୁ ଆକ୍ରମଣରେ ୫ ଟି ଛେଳି ମୃତ

0 62

ବୁଗୁଡା–ବୁଗୁଡା ଏନଏସି ଅନ୍ତର୍ଗତ ଗୋଲାସାହିରେ ଛେଳି ଗୁହାଳରେ କୌଣସି ବନ୍ୟ ଜନ୍ତୁ ପଶି ୫ ଟି ଛେଳିକୁ ମାରିଦେଇଥିବା ଓ ଗୋଟିଏ ଛେଳିର ଅବସ୍ଥା ଗୁରୁତର ଥିବା ଜଣାପଡିଛି। ବୁଗୁଡା ଗୋଲାସାହିର ବାଉରୀ ପାତ୍ର ସବୁଦିନ ଭଳି ଛେଳି ଗୁଡିକୁ ଗୁହାଳରେ ରଖିଥିଲେ। ଅନୁମାନ କରାଯାଉଛି ଯେ ଗତ ରାତ୍ରରେ କୌଣସି ବନ୍ୟ ଜନ୍ତୁ ଗୁହାଳ ମଧ୍ୟରେ ପଶି ୬ ଟି ଛେଳିକୁ ବେକକୁ ଆକ୍ରମଣ କରି ରକ୍ତ ଶୋଷି ଦେଇଛି। ସକାଳେ ଦେଖିଲା ବେଳକୁ ୫ ଟି ଛେଳିର ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ଛେଳି ମୃତ୍ୟୁ ସହ ସଂଗ୍ରାମ କରୁଛି। ବୁଗୁଡା ସହରର ସାହି ମଧ୍ୟରେ ପଶି କୌଣସି ଜନ୍ତୁ ୬ ଟି ଛେଳିକୁ ଆକ୍ରମଣ କରିବା ପ୍ରଥମ ଘଟଣା ହୋଇଥିବା ବେଳେ ଗୋଲାସାହିର ଲୋକମାନେ ଭୟଭୀତ ହୋଇ ପଡିଛନ୍ତି। ଗୋଲାସାହିର ଅଧିକାଂଶ ଲୋକ ନିଜ ଗୁହାଳରେ ଛେଳି ରଖିଥିବା ବେଳେ ସମସ୍ତଙ୍କ ମନରେ ଆତଙ୍କ ଖେଳି ଯାଇଛି।

Leave A Reply

Your email address will not be published.