ଗିରଫ ପରୱାନା ଧରପଗଡ଼ : ୩୦ ଗିରଫ

0 67

ବୁଗୁଡା– ଗଞ୍ଜାମ ରାଜସ୍ୱ ଜିଲ୍ଲାର ଗଞ୍ଜାମ ପୋଲିସ ଜିଲ୍ଲା ଓ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ୩୯୮୮ ଜଣ ଆସାମୀଙ୍କ ନାମରେ ଗିରଫ ପରୱାନା ଥିବା ବେଳେ ଅଦାଲତରେ ବହୁ ସଂଖ୍ୟକ କେଶ ବିଚାର ହୋଇ ନପାରି ପଡି ରହିଛି। ସେହିଦୃଷ୍ଟିରୁ ଗଞ୍ଜାମ ପୋଲିସ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାଏ ଙ୍କ ନିର୍ଦ୍ଦେଶ କ୍ରମେ ମାର୍ଚ୍ଚ ୭ ତାରିଖ ଠାରୁ ମାର୍ଚ୍ଚ ୧୪ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଗିରଫ ପରୱାନା ଧରପଗଡ଼ ଚାଲୁ ରହିଥିଲା। ଏହି ସ୍ୱତନ୍ତ୍ର ପଦକ୍ଷେପ ବଳରେ ବୁଗୁଡା ଥାନା ଇଲାକା ରୁ ୩୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି। ୧୯୯୦ ମସିହାରୁ ୨୦୧୮ ମସିହା ମଧ୍ୟରେ ବୁଗୁଡା ଥାନା ଇଲାକା ମଧ୍ୟରେ ପ୍ରାୟ ଶହେ ଜଣଙ୍କ ନାମରେ ୱାରଣ୍ଟ ଥିବା ବେଳେ ସେମାନଙ୍କ ମଧ୍ୟରୁ କେତେ ଜଣ ପ୍ରାଣ ହରାଇଥିବା ଓ କେତେ ଜଣ କୋର୍ଟରେ ଆତ୍ମସମର୍ପଣ କରିଥିବା ପ୍ରକାରେ ୬୨ ଜଣଙ୍କ ଗିରଫ ପରୱାନ ଫଇସଲା କରାଯାଇଥିବା ବେଳେ ୩୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି

Leave A Reply

Your email address will not be published.