ବିଜେପି “ରଥ’ ଉପରେ ଆକ୍ରମଣ ଅଭିଯୋଗ

0 68

ପୁରୁଲିଆ, ୧୬ ।୩: ପଶ୍ଚିମବଙ୍ଗରେ ବିଜେପି ଚଳାଇଥିବା ରଥଯାତ୍ରାରେ ସାମିଲ ଥିବା ଗୋଟିଏ ବସ୍ରେ ବ୍ୟାପକ ଭଙ୍ଗାରୁଜା କରାଯାଇଛି । ପୁରୁଲିଆରେ ଏହି ବସ୍ର କାଚ ଭାଙ୍ଗି ଯାଇଥିବା ଫଟୋ ସାମ୍ନାକୁ ଆସିଛି । ଏହି ବସ୍ ଭଙ୍ଗାରୁଜା ଘଟଣା ପୂର୍ବରୁ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ପୁରୁଲିଆର ମନବଜାର ସହରରେ ଏକ ବିଶାଳ ସମାବେଶ କରିଥିଲେ ।
ବସ୍ ଭଙ୍ଗାରୁଜା ଘଟଣାରେ କ୍ଷମତାସୀନ ଟିଏମସିର ହାତ ଥିବା ବିଜେପି ଅଭିଯୋଗ କରିଛି । ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି । ପ୍ରାଥମିକ ସୂଚନା ଅନୁଯାୟୀ, ବିଜେପିର ପରିବର୍ତ୍ତନ ରଥଯାତ୍ରା ପୁରୁଲିଆର ୯ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭ୍ରମଣ କରି ଫେରୁଥିବା ବେଳେ ଏହା ଉପରେ ଆକ୍ରମଣ ହୋଇଛି । ଘଟଣାରେ ବସ୍ର ଡ୍ରାଇଭର ଆହତ ହୋଇଥିବା ବିଜେପି ନେତା ଅମିତ ମାଲବ୍ୟ ଟ୍ୱିଟ୍ କରି ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ବାବାସାହେବ ଭୀମରାଓ ଆମ୍ବେଦକର ସମ୍ମାନ ଯାତ୍ରାରେ ସାମିଲ ଥିବା ବିଜେପ ରଥ ପୁରୁଲିଆରେ ଛିଡ଼ା ହୋଇଥିବା ବେଳେ ଏହାକୁ ଭଙ୍ଗାରୁଜା କରାଯାଇଛି । ଡ୍ରାଇଭର ଜଣଙ୍କ ଏଥିରେ ଆହତ ହୋଇଛନ୍ତି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନ‡ା ଆଜି କୋଟୁଲପୁରରୁ ରଥଯାତ୍ରାର ଶୁଭାରମ୍ଭ ଯେକୌଣସି ସମୟରେ କରିପାରନ୍ତି । ଟିଏମ୍ସି ଏହାକୁ ଅଟକାଇବା ପାଇଁ ବେଶୀ କିଛି କରିପାରିବ ନାହିଁ । କ’ଣ ପାଇଁ ପିଉସୀ ଏତେ ଭୟଭୀତ? ବସ୍ ଭଙ୍ଗାରୁଜା ଘଟଣାକୁ କେନ୍ଦ୍ର କରି ବିଜେପିର ମନବଜାର ପ୍ରାର୍ଥୀ ଗୌରୀ ସିଂହ ସର୍ଦ୍ଦାରଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ରାସ୍ତାରୋକ ଆରମ୍ଭ କରିଛନ୍ତି । ସେମାନେ ଘଟଣାର ତଦନ୍ତ କରି ତୁରନ୍ତ ସଂପୃକ୍ତ ଲୋକଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଅନ୍ୟପକ୍ଷରେ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ପୁଣିଥରେ ଟାର୍ଗେଟ କରିଛନ୍ତି । ବିଜେପି କ୍ଷମତାକୁ ଆସିଲେ ରାଜ୍ୟବାସୀଙ୍କ ସମସ୍ତ ଅଧିକାର ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ସେ କହିଛନ୍ତି । ବଙ୍କୁରାରେ ଏକ ସମାବେଶକୁ ଉଦବୋଧନ ଦେଇ ସେ କହିଛନ୍ତି, ଯଦି ବିଜେପି କ୍ଷମତାକୁ ଆସିବ, ତା’ହେଲେ ସବୁ ବ୍ୟାଙ୍କ ବନ୍ଦ ହୋଇଯିବ । ସେହିପରି ବିଜେପି କ୍ଷମତାକୁ ଆସିଲେ ଲୋକମାନେ ସମ୍ବିଧାନ ଅନୁସାରେ ପାଉଥିବା ଅଧିକାର ଗୁଡ଼ିକ ମଧ୍ୟ ହରାଇ ବସିବେ । କେନ୍ଦ୍ରମନ୍ତ୍ରୀମାନେ ସେମାନଙ୍କ କର୍ତ୍ତବ୍ୟକୁ ଛାଡ଼ି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରଚାର କରିବାରେ ଲାଗିଛନ୍ତି ବୋଲି ମମତା କହିଛନ୍ତି ।

Leave A Reply

Your email address will not be published.