ସ୍ପା ଭିତରେ ଆଖିବୁଜା ଗୁଳିମାଡ଼, ୮ ମୃତ

0 73

ୱାଶିଂଟନ, ୧୭ ।୩: ଆମେରିକାରେ ଆଖିବୁଜା ଗୁଳିମାଡ଼ । ଆମେରିକାର ଆଟଲାଣ୍ଟାରେ ଭୟାନକ ଗୁଳିମାଡ଼ ହୋଇଛି । ଅଟଲାଣ୍ଟା ସ୍ଥିତ ଜର୍ଜିଆର ୩ଟି ସ୍ପା ଭିତରେ ପଶି ଜଣେ ଦୁର୍ବୃତ୍ତ ଏହି ଗୁଳିମାଡ଼ କରିଥିବା ସୂଚନା ମିଳିଛି । ଏଥିରେ ୪ଜଣ ମହିଳାଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଗୁଳିମାଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ସାମାଚାର ଏଜେନ୍ସି ପିଟିଆଇ ମୁତାବକ, ଏହି ଘଟଣାରେ ଅତି କମ୍ରେ ୮ ଜଣ ପ୍ରାଣ ହରାଇଛନ୍ତି । ଏହି ଘଟଣାରେ ସିସିଟିଭି ଫୁଟେଜ ଆଧାରରେ ଦକ୍ଷିଣ-ପଶ୍ଚିମ ଜର୍ଜିଆରୁ ଜଣେ ୨୧ ବର୍ଷୀୟ ସନ୍ଦିଗ୍ଧ ଯୁବକକୁ ପୁଲିସ ଗିରଫ କରିଛି । ଆଟଲାଣ୍ଟର ପୁଲିସ ପ୍ରମୁଖ ରୋଡନି ବ୍ରାୟଣ୍ଟଙ୍କ କହିଛନ୍ତି, ଗୁଳିମାଡ଼ରେ ପୂର୍ବୋତ୍ତର ଆଟଲାଣ୍ଟର ଏକ ସ୍ପା ଭିତରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ରାସ୍ତା ଆରପାର୍ଶ୍ୱରେ ଥିବା ଆଉ ଏକ ସ୍ପାରୁ ଆଉ ଜଣଙ୍କ ମୃତଦେହ ଜବତ ହୋଇିଛି । ଏ ସମସ୍ତ ମୃତକ ମହିଳା । ସ୍ଥାନୀୟ ସମୟ ଅନୁସାରେ ସନ୍ଧ୍ୟା ୫.୫୦ମିନିଟ୍ରେ ଏହି ଭୟଙ୍କର ଗୁଳିକାଣ୍ଡ ଘଟିଛି ।

Leave A Reply

Your email address will not be published.