୫ ବର୍ଷୀୟ ଶିଶୁ ଦୁଷ୍କର୍ମକାରୀକୁ ୧୫ ଦିନରେ ଫାଶୀ

0 72

ରାଜସ୍ଥାନ, ୧୭ ।୩: ରାଜସ୍ଥାନ ଣ୍ଠୁଣ୍ଟୁନର ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ଏକ ଦୁଷ୍କର୍ମ ମାମଲାର ବିଚାର କରି ଐତିହାସିକ ରାୟ ପ୍ରଦାନ କରିଛନ୍ତି । ୫ ବର୍ଷୀୟ ଜଣେ ଶିଶୁକୁ ଦୁଷ୍କର୍ମ କରିବା ଅଭିଯୋଗରେ କୋର୍ଟ ଅଭିଯୁକ୍ତକୁ ମାତ୍ର ୧୫ ଦିନରେ ଫାଶି ସଜା ଶୁଣାଇଥିବା ଜଣାପଡ଼ିଛି । ସ୍ୱତନ୍ତ୍ର ପୋକ୍ସୋ ଅଦାଲତର ଜର୍ଜ ମୁକେଶ କୁମାର ଜୈନ୍ ଦେଇଥିବା ରାୟକୁ ନେଇ କହିଛନ୍ତି ଯେ, ଏହିଭଳି ଘୃଣ୍ୟ କାର୍ଯ୍ୟ କୌଣସି ପଶୁ ମଧ୍ୟ ଗୋଟିଏ ଶିଶୁ ସହିତ କରିବ ନାହିଁ । ଯାହାକି ଏହି ଅଭିଯୁକ୍ତ କରିଛି । ଏହିଭଳି ଘଟଣା ପଛରେ ନିଶା ଏବଂ ପ୍ରୋନୋଗ୍ରାଫି ମୁଖ୍ୟ କାରଣ ପାଲଟୁଥିବାରୁ ସେ ଏହି ଦିଗରେ ବିଚାର କରିବା ପାଇଁ ସରକାରଙ୍କୁ ପତ୍ର ଲେଖିବା ନେଇ ପ୍ରକାଶ କରିଛନ୍ତି । ଏହି ମାମଲାରେ ପୋଲିସ୍ ମାତ୍ର ୯ ଦିନରେ ଚାର୍ଜସିଟ୍ ଦାଖଲ କରିଦେଇଥିଲା । ଚଳିତବର୍ଷ ଫେବୃଆରୀ ୧୯ ତାରିଖରେ ଏହି ମାମଲା ସାମ୍ନାକୁ ଆସିଥିଲା । ଏଥିରେ ପୋଲିସ୍ ତରଫରୁ ୨୭ ଜଣ ସକ୍ଷୀଙ୍କୁ କୋର୍ଟରେ ହାଜର କରାଯାଇଥିଲା । କଠୋର ସୁରକ୍ଷା ଭିତରେ ପୋଲିସ୍ ଅଭିଯୁକ୍ତକୁ କୋର୍ଟରେ ଉପସ୍ଥାପନ କରିଥିଲା । ସ୍ୱତନ୍ତ୍ର ପବ୍ଲିକ ଓକିଲ ଲୋକେନ୍ଦ୍ର ସିଂ ଶେଖୱାତ୍ କହିଛନ୍ତି ଯେ, ନ୍ୟାୟଧୀଶ ଛୋଟ ଶିଶୁଟିକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ସୁନୀଲ କୁମାର (୨୦)କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତ । ଏହି ଘଟଣା ୧୯ ଫେବୃଆରୀରେ ହୋଇଥିଲା । ଘଟଣାର ୯ ଦିନ ଭିତରେ ପୋଲିସ କୋର୍ଟରେ ସମସ୍ତ ଚାର୍ଜସିଟ୍ ଉପସ୍ଥାପନ କରିଥିଲା । ଘଟଣା ଘଟିବା ଦିନଠାରୁ କୋର୍ଟ ମାତ୍ର ୨୬ ଦିନ ମଧ୍ୟରେ ଏହି ରାୟ ପ୍ରକାଶ କରିଥିଲେ । ପୋକ୍ସୋ କୋର୍ଟର ଜର୍ଜ ଦଣ୍ଡାଦେଶ ଶୁଣାଇଥିବା ବେଳେ ଅଭିଯୁକ୍ତକୁ କହିଛନ୍ତି ଯେ, ଶୁଣାଣି ସମୟରେ ମଧ୍ୟ ଆପଣ ଥରେ ଅନୁତାପ କରିନାହାଁନ୍ତି । ଯଦି ତୁମେ ଅନୁତାପ କରିଥାନ୍ତ, ତେବେ ତୁମର ଦଣ୍ଡ ଅଲଗା ହୋଇଥାନ୍ତା ।

Leave A Reply

Your email address will not be published.