୧୧ ଭାରତୀୟ ମାଛ ଧରାଳିଙ୍କୁ ଗିରଫ କଲା ପାକିସ୍ତାନ

0 67

ନୂଆଦିଲ୍ଲୀ, ୧୭ ।୩ : ପାକିସ୍ତାନ ଭାରତର ୧୧ ମାଛ ଧରାଳିଙ୍କୁ ଗିରଫ କରିଛି । ଏ ସମ୍ପର୍କରେ ମଙ୍ଗଳବାର ଦିନ ପାକିସ୍ତାନୀ ଅଧିକାରୀ କହିଛନ୍ତି ଯେ ଦେଶର ସମୁଦ୍ର ସୀମାକୁ ଆସିଥିବାରୁ ୧୧ ମାଛ ଧରାଳିଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କର ଦୁଇଟି ଡଙ୍ଗା ବି ଜବତ କରାଯାଇଛି । ପାକିସ୍ତାନୀ ସମୁଦ୍ର ସୁରକ୍ଷା ଏଜେନ୍ସି ବୟାନ ଜାରି କରି କହିଛି ଯେ, ପ୍ରାଥମିକ ଯାଞ୍ଚ ପରେ ଗିରଫ ମାଛ ଧରାଳିଙ୍କୁ ଆଇନଗତ ଔପଚାରିକତା ପାଇଁ କରାଚୀ ଡକ୍ସ ପୋଲିସକୁ ହସ୍ତାନ୍ତର କରାଯାଇଛି । ବୟାନରେ କୁହାଯାଇଛି ଯେ ନିୟମିତ ତଦାରଖ ସମୟରେ ପୂର୍ବ ସମୁଦ୍ର ଜୋନରେ ଦୁଇଟି ଭାରତୀୟ ନୌକା ଓ ୧୧ ମାଛ ଧରାଳି ନଜର ଆସିଥିଲେ । ବୟାନରେ ଆହୁରି କୁହାଯାଇଛି ଯେ, ଗତ କିଛିଦିନ ହେଲା ପାକିସ୍ତାନୀ ସମୁଦ୍ର ସୀମାରେ ପ୍ରବେଶ କରିବାକୁ ଉଦ୍ୟମ କରିଥିବା ଜଣାପଡିଥିଲା । ସେଥିପାଇଁ ସମୁଦ୍ର ସୁରକ୍ଷା ଏଜେନ୍ସିର ଜାହାଜ, ବିମାନ ଓ ନୌକା ଦ୍ୱାରା ସମୁଦ୍ର ସୀମା ଅଞ୍ଚଳକୁ ଗସ୍ତ କରାଯାଉଛି ଏବଂ ନଜର ମଧ୍ୟ ରଖାଯାଉଛି । ବୟାନ ଅନୁଯାୟୀ, ବର୍ତ୍ତମାନ ପରିସ୍ଥିତି ଓ ତଥ୍ୟ ଅନୁଯାୟୀ ଏହିଭଳି ନୌକାରେ ସାଧାରଣତଃ ଜିପିଏସ ଡିଭାଇସ ଲଗାଯାଇଥାଏ । ଏହି ନୌକା ଭୁଲ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇଥାଏ ଏବଂ ସମୁଦ୍ର ସୀମାର ବହୁତ ଭିତର ଯାଏଁ ଏମାନଙ୍କ ସ୍ଥିତି ଚିନ୍ତାର ବିଷୟ । ଚିନ୍ତାର ବିଷୟ ହେଲା, ଆରବ ସାଗରରେ ସ୍ପଷ୍ଟ ସମୁଦ୍ର ସୀମା ନଥିବାରୁ ଅଧିକାଂଶ ସମୟରେ ଭାରତ ଓ ପାକିସ୍ତାନ ପରସ୍ପର ଦେଶର ମାଛ ଧରାଳିଙ୍କୁ ଗିରଫ କରିଥାନ୍ତି । ମାଛ ଧରାଳିଙ୍କ ପାଖରେ ସଠିକ ସ୍ଥାନକୁ ଯିବାକୁ ଟେକ୍ନିକାଲ ନୌକା ନଥାଏ । ଏପଟେ ଲମ୍ବା ଓ ମନ୍ଥର ଆଇନ ବ୍ୟବସ୍ଥା ଯୋଗୁଁ ଏହି ମାଛଧରାଳିଙ୍କୁ ଅନେକ ମାସ ତ ପୁଣି କେବେ ବର୍ଷ ବର୍ଷ ଯାଏଁ ଜେଲରେ ରହିବାକୁ ପଡିଥାଏ ।

Leave A Reply

Your email address will not be published.