ବଂଶଧାରା ନଦୀ ତଟରେ ୪ହାତୀଙ୍କ ଉପଦ୍ରବ

0 72


ପାରଳାଖେମୁଣ୍ଡି, ୨୦ା୩ : ଗଜପତି ଜିଲ୍ଲାର ବଂଶଧାରା ନଦୀ ତଟରେ ୪ଗୋଟି ହାତୀ ଗତ ୪ଦିନ ଧରି ବିଭିନ୍ନ ଭାବେ ଉପଦ୍ରବ ଚଳାଇଛନ୍ତି । ଏହି ୪ଟିକିଆ ହାତୀପଲ ବଂଶଧାରା ନଦୀ ତଟର ଆନ୍ଧ୍ର ପରିସୀମାରେ ଥିବା ତଲଡା ଓ କୌଶଳୀ ଗ୍ରାମରେ ରହିଥିବା ବିଭିନ୍ନ ତୋଟାର ଗଛ ଭାଙ୍ଗି ଡାଳପତ୍ର ଖାଇବା ସହ କେତେକ ଆଖୁବାଡରେ ପ୍ରବେଶ କରି ଆଖୁବାଡ ଭାଙ୍ଗି ଖାଇବାରେ ଲାଗିଛନ୍ତି । ସ୍ପଷ୍ଟ ଦିବାଲୋକରେ ଏହି ହାତୀମାନେ ଏହି ଉପଦ୍ରବ ଚଳାଇଥିବା ସହ ବଂଶଧାରା ନଦୀକୁ ପାଣି ପିଇବା ପାଇଁ ଆସୁଛନ୍ତି । ନଦୀର ଅପରପାଶ୍ୱର୍ରେ ଗଜପତି ଜିଲ୍ଲାର କାଶୀନଗର ଏନ୍ଏସି ରହିଛି । ବଂଶଧାରା ନଦୀ ତଟକୁ ଲାଗି ଏନ୍ଏସିର ୧୦ନମ୍ବର ୱାର୍ଡ ଓ ବ୍ରାହ୍ମଣ ସାହି ଆଦି ଅତିନିକଟରେ ରହିଛି । କାଶୀନଗର ଅଞ୍ଚଳରେ ମଧ୍ୟ ବିଭିନ୍ନ ଆମ୍ବ, କଦଳୀ, ପଣଷ, କାଜୁ ଆଦି ତୋଟା ସହ ବିଶେଷ ଭାବେ ଆଖୁ ଚାଷ ହୋଇଛି । ବର୍ତ୍ତମାନ ହାତୀମାନେ ବିଚରଣ କରୁଥିବା ଆନ୍ଧ୍ର ଅଞ୍ଚଳରୁ କାଶୀନଗର ଏନ୍ଏସି ମଧ୍ୟକୁ ଏହି ହାତୀମାନେ ପ୍ରବେଶ କରିବାକୁ ହେଲେ ୫ମିନିଟ ରାସ୍ତା ବଂଶଧାରା ନଦୀ ମଧ୍ୟରେ ଅତିକ୍ରମ କଲେ କାଶୀନଗର ମଧ୍ୟରେ ପ୍ରବେଶ କରିପାରିବେ । ନଦୀରେ ମଧ୍ୟ ମାତ୍ର ଆଣ୍ଠୁଏ ପାଣି ରହିଛି । ତେଣୁ କୌଣସି ମୂହୂର୍ତ୍ତରେ ଏହି ହାତୀପଲ କାଶୀନଗର ପ୍ରବେଶ କଲେ ଧନଜୀବନ ବିପର୍ଣ୍ଣ ହେବା ନେଇ କାଶୀନଗର ବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ପ୍ରଶାସନ ଓ ବନବିଭାଗ ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ଲୋକେ ଦାବି କରିଛନ୍ତି । ଏନେଇ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ବନବିଭାଗ ଏନେଇ ସମ୍ପୂର୍ଣ୍ଣ ସଜାଗ ରହିଛି । ହାତୀମାନେ ବର୍ତ୍ତମାନ ଆନ୍ଧ୍ର ପରିସିମାରେ ରହିଛନ୍ତି । ତେଣୁ ଆନ୍ଧ୍ର ବନ ବିଭାଗ କର୍ମଚାରୀ ଏବଂ ଗଜପତି ବନ ବିଭାଗ ଏନେଇ ମିଳିତ ଭାବେ ଲୋକଙ୍କ ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ଭାବେ ସଜାଗ ଅଛନ୍ତି । କାଶୀନଗରବାସୀ ତଥାପି ବଣୁଆ ହାତୀଙ୍କ ବିଚରଣ ନେଇ କିମ୍ବା କାଶୀନଗର ମଧ୍ୟରେ ପ୍ରେବେଶ କଲେ ବନ ବିଭାଗକୁ ସୂଚନା ଦେଇ ସହଯୋଗ କରିବା ସହ ଏନେଇ ସମସ୍ତେ ସଚେତନ ରହିବାପାଇଁ ସେ ଅନୁରୋଧ ଜଣାଇଛନ୍ତି ।

Leave A Reply

Your email address will not be published.