ଗଛରେ ଝୁଲି ଯୁବକଙ୍କ ଆତ୍ମହତ୍ୟା

0 55


ପାରଳାଖେମୁଣ୍ଡି, ୨୦ା୩ : ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ଠାରୁ ୭କିମି ଦୂରରେ ଥିବା ସେଞ୍ଚୁରିୟନ ବିଶ୍ୱବିଦ୍ୟାଳୟ ନିକଟରେ ଜଣେ ଯୁବକ ଚାକୁଣ୍ଡା ଗଛରେ ବେକରେ ଓଢଣୀ ଦେଇ ଝୁଲି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଗତକାଲି ବିଳମ୍ବିତ ରାତ୍ରରେ ଯୁବକ ଜଣକ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଯୁବକଟିର ସଠିକ ପରିଚୟ ଖବର ଲେଖିବା ସୁଦ୍ଧା ମିଳିପାରି ନାହିଁ । ଗୁରାଣ୍ଡି ଥାନା ଅଧିକାରିଣୀ ମମତା ପଣ୍ଡା ଘଟଣାସ୍ଥଳ ଅନୁଧ୍ୟାନ କରି ଜଣାଇଛନ୍ତି, ଆତ୍ମହତ୍ୟା କରିଥିବା ଯୁବକଟି ଗୁମ୍ମା ବ୍ଲକ ଅଞ୍ଚଳର ବୋଲି ଅନୁମାନ କରାଯାଉଛି । ସେଠାକାର ଲୋକଙ୍କ ସହ ପରିବାର ବର୍ଗକୁ ଚିହ୍ନଟ ପାଇଁ ଡକାଯାଇଛି । ଏମାନେ ଘଟଣାସ୍ଥଳକୁ ଆସିବା ପରେ ସଠିକ ପରିଚୟ ମିଳିପାରିବ । ଏନେଇ ଗୁରାଣ୍ଡି ଥାନାରେ ଏକ ଅପମୃତ୍ୟ ମାମଲା ରୁଜୁ କରାଯାଇଥିବା ମଧ୍ୟ ମମତା ପଣ୍ଡା ଜଣାଇଛନ୍ତି ।

Leave A Reply

Your email address will not be published.