ଯୁବତୀଙ୍କୁ ଗଣ ଦୁଷ୍କର୍ମ, ଅଭିଯୁକ୍ତ ୨ ଜେଲ ହାଜତକୁ ଗଲେ

0 73


ପାରଳାଖେମୁଣ୍ଡି, ୨୦ା୩ : ଗଜପତି ଜିଲ୍ଲା କାଶୀନଗର ଥାନାରେ ଗଣଦୁଷ୍କର୍ମ ଅଭିଯୋଗରେ ଦୁଇ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟ ଏହି ଦୁଇଜଣଙ୍କୁ ପାରଳାଖେମୁଣ୍ଡି ଜେଲ ହାଜତକୁ ପଠାଇଦେଇଥିବା ସୂଚନା ମିଳିଛି । କାଶୀନଗର ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୧୫ ତାରିଖ ଦିନ ପି. ରମେଶ(୨୧) ଜଣେ ଯୁବତୀଙ୍କୁ କିତିଙ୍ଗି ଗ୍ରାମକୁ ଯାଇଥିଲେ । ସେଠାରୁ ଫେରି ଗୋରିବନ୍ଧା ଗ୍ରାମ ନିକଟସ୍ଥ ଏକ ଛକରେ ରମେଶ ଯୁବତୀ ଜଣକୁ ମୁଁ ଆସୁଛି ଅପେକ୍ଷା କର ବୋଲି କହି ଏକୁଟି ଛାଡି ଯାଇଥିଲେ । ପୁଣି କିଛି ସମୟପରେ ରମେଶ ଯୁବତୀଙ୍କ ନିକଟକୁ ଆସିଥିଲେ । ସେଠାରୁ ସେମାନେ ଗୋରିବନ୍ଧା ଗ୍ରାମ ନିକଟସ୍ଥ ଏକ ପାଳଗଦା ନିକଟରେ ଯୁବତୀଙ୍କୁ ରମେଶ ଓ ତାଙ୍କ ସାଙ୍ଗ ଏ.ବୁଜି(୨୮) ମିଶି ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ । ଗତକାଲି ଏନେଇ ଯୁବତୀ ଜଣକ ପକ୍ଷରୁ କାଶୀନଗର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଏହାପରେ କାଶୀନଗର ପୋଲିସ ଅନୁସନ୍ଧାନ କରି ତୁରନ୍ତ ଉଭୟ ରମେଶ ଓ ବୁଜିଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲେ । ଉଭୟ ରମେଶ ଓ ବୁଜିଙ୍କ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ଖୁରିଗାଁମ ବୋଲି ଜଣାପଡିଛି । ଏନେଇ କାଶୀନଗର ଥାନାରେ ୨୭/୨୧ରେ ଏକ ମାମଲା ରୁଜୁ ହୋଇଥିବା ଏବଂ ଯୁବତୀ ଜଣଙ୍କୁ ‘ଶ୍ରଦ୍ଧାର’ ଗୃହରେ ରଖାଯାଇଥିବାର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.