ନିରାଶ୍ରୟ ବୃଦ୍ଧାଙ୍କୁ ମିଳିନି ସରକାରୀ ସହାୟତା

0 66

କୋରାପୁଟ: ରାଜ୍ୟ ସରକାରଙ୍କ ଯୋଜନା କେତେ କାର୍ଯ୍ୟ କାରି ହେଉଛି କୋରାପୁଟ ଜ଼ିଲ୍ଲାକୁ ଦେଖିଲେ ସବୁ ଜଣାପଡୁଛି  l କୋରାପୁଟ ଜ଼ିଲ୍ଲା ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ସରକାରଙ୍କ ସମସ୍ତ ଯୋଜନା ଯୋଜନାରେ ହିଁ ରହିଯାଉଛି  l ବୟସର ଅପରାହ୍ନରେ ପହଞ୍ଚି ସାରିଥିଲେ ମଧ୍ୟ ସରକାରଙ୍କ ତରଫରୁ ଆସୁଥିବା ସମସ୍ତ ଯୋଜନାରୁ ବଞ୍ଚିତ ପଦ୍ମା ଖରା l ଏମିତି ଏକ ଘଟଣା ଦେଖିବା ପାଇଁ ମିଳୁଛି କୋରାପୁଟ ଜ଼ିଲ୍ଲା ବୈପାରୀଗୁଡା ବ୍ଲକ ଅନର୍ଗତ ବାଲିଗାଁ ପଞ୍ଚାୟତ ମାଝୀଗୁଡା ଗ୍ରାମରେ l ଏହି ଗ୍ରାମରେ ରହୁଛନ୍ତି ପଦ୍ମା ଖରା ବୟସ 62 ବର୍ଷ, ଦୁଇ ବର୍ଷ ହେଲା ସ୍ଵାମୀ ଓ଼  ପୁଅ ଆରପାରିକୁ ଚାଲିଯାଇଥିବା ସମୟରେ ପଦ୍ମା ଏକାକୀ ଏକ  ଭଙ୍ଗା ଦଦରା ଘରେ ଦିନ କାଟୁଛନ୍ତି, ବୟସ ଅପରାହ୍ନରେ  ପହଞ୍ଚି ସାରିଥିବାରୁ  କାମ କରିବା ପଦ୍ମା ପ୍ରତି  ସମ୍ଭବ ପର ହୋଇପାରୁନି l ଯାହା ଫଳରେ ପଡିଶା ଘର ଉପରେ ନିର୍ଭର କରିବା ପାଇଁ ପଡେ l ଦିନେ ଖାଇଲେ ଦିନେ ଉପାସ ରହିବା ପାଇଁ ପଡୁଛି l ଖରା ଦିନେ ଯାହା ଯେମିତି ମୁଣ୍ଡ ଗୁଞ୍ଜିବା ପାଇଁ ହେଇଯାଉଛି କିନ୍ତୁ ବର୍ଷା କି ଶୀତ ଦିନ ଆସିଲେ ପଡିଶା ଘର ବାରଣ୍ଡା ସାହା ଓ଼ ଭରସା ହୋଇଥାଏ l ସରକାର ଙ୍କ ତରଫରୁ ଆସୁଥିବା ଆବାସ ଓ଼ ବାର୍ଦ୍ଧକ୍ୟ  ଭତ୍ତା ରେ ସାମିଲ କରିବା ପାଇଁ ବାରମ୍ବାର ପ୍ରଶାସନ କୁ ଗୁହାରି କରୁଥିଲେ ମଧ୍ୟ କେହି ଶୁଣୁନଥିବା ପ୍ରକାଶ କରିଛନ୍ତି l ସରକାରୀ ସହାୟତା ବୋଲି ଏକ ରାସନ କାର୍ଡ ଧରାଇ ଦେଇ ସରକାରୀ ବାବୁ ମାନେ ତାଙ୍କ କାର୍ଯ୍ୟ ସାରିଦେଇଛନ୍ତି l ପଦ୍ମା ଖରା କୁ ବାର୍ଦ୍ଧକ୍ୟ  ଭତ୍ତା ସହିତ ଗୋଟେ ଆବାସ ଯୋଜନା ଗୃହ ଯୋଗାଇ ଦେବା ପାଇଁ ଗ୍ରାମବାସୀଙ୍କୁ ଦ୍ୱାରା ଅନୁରୋଧ କରାଯାଇଛି l

Leave A Reply

Your email address will not be published.