ଦାମନଯୋଡିରେ ପୋଲିସ-ବିସ୍ଥାପିତ ମୁହାଁମୁହିଁ

0 64

କୋରାପୁଟ: ଦାମନଯୋଡିର ନାଲକୋ ସମ୍ମୁଖରେ ବିସ୍ଥାପିତ ମାନେ ବିଭିନ୍ନ ଦାବି ନେଇ ଧାରଣା ଦେଇଛନ୍ତି । ତେବେ ଆଜି ଉଭୟଙ୍କ ମଧ୍ୟରେ ପଥର ଫିଙ୍ଗାଫିଙ୍ଗି ହୋଇଥିଲା। ଏହି ଘଟଣାରେ ୫୪ରୁ ଅଧିକ ବିକ୍ଷୋଭକାରୀ ବିସ୍ଥାପିତଙ୍କୁ ପୋଲିସ ଗିରଫ କରିଛି। ସୂଚନା ଅନୁଯାୟୀ କୋରାପୁଟ ଜ଼ିଲ୍ଲା ର ନାଲକୋ ଦାମନଯୋଡି ରେ ଦୀର୍ଘ 4ଦିନ ଧରି ନାଲକୋ ବିସ୍ଥାପିତ ଜମି ହରା ମାନଙ୍କ ଦ୍ୱାରା ଆନ୍ଦୋଳନ ଚାଲିଆସୁଥିଲା। ଏହାର ସମାଧାନ ନ ହେବାରୁ ଏହି ଆନ୍ଦୋଳନ ଧୀରେ ଧୀରେ ହିଂସା ରେ ପରିଣତ ହେବା କୁ ଲାଗୁଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେମାନେ ଆଦିବାସୀ ଦଳିତ ଓ଼ ପଛୁଆ ବର୍ଗ ଓ଼ ଆର୍ଥିକ ଅନାଗ୍ରସର ଗରିବ ହୋଇଥିବାରୁ ସରକାରଙ୍କ ଓ଼ ନାଲକୋ ସେମାନଙ୍କର ପୈତୃକ ଅମଳରୁ ଚାଷ ବାସ କାରି ପେଟ ପୋଷୁଥିବା ଜମିକୁ ଶାଗ ମାଛ ଦାମ ଦେଇ ଜମି ଦଲାଲ ମାଧ୍ୟ ମାରେ କିଣୁଥିବାର ଅଭିଯୋଗ କରୁଛନ୍ତି। ଏହି ଚାଷ ଜମି ଉପରେ 15ରୁ 20 ପରିବାର ନିର୍ଭର କରି ଚାଲିଆସୁଛନ୍ତି। ଚାଷ ଜମିର ଉଚିତ ପ୍ରାପ୍ୟ ସହିତ ଘର ପିଛା ସ୍ଥାୟୀ ନିଯୁକ୍ତି ସହିତ ବିସ୍ଥାପିତଙ୍କୁ ପୂର୍ଣ୍ଣ ଥଇଥାନ କରିବା ଦାବିରେ ଧାରଣା ଦେଇଛନ୍ତି । ଆଜି 14ଟି ବିସ୍ଥାପିତ ଗ୍ରାମର ଗ୍ରାମବାସୀ ମିଶି ଚାକିରୀ ଦିଅ ନହେଲେ ଆମକୁ ଆମ ଜମି ଫେରାଅ ଦାବିରେ ନାଲକୋ ରାସ୍ତା ଅବରୋଧ କରିଥିଲେ। ଖବର ପାଇଁ କୋରାପୁଟ ଉପଜ଼ିଲ୍ଲାପାଳ ସହିତ 5 ପ୍ଲାଟୁନ ପୋଲିସ ସହାୟତାରେ ଉତ୍ତପ୍ତ ଲୋକ ମାନଙ୍କୁ ବୁଝା ସୁଝା କରାଯାଇଥିଲା କିନ୍ତୁ କୌଣସି ଭାବରେ ସମସ୍ୟାର ସମାଧାନ ହୋଇପାରିନଥିଲା। ଯାହା ଫଳରେ ଉତ୍ତପ୍ତ ଲୋକେ ଉଗ୍ର ରୂପ ଧାରଣା କରିଥିବାରୁ ପୋଲିସ ବାଧ୍ୟ ହୋଇ ଲାଠି ଚାର୍ଜ ସହିତ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲା ବର୍ତମାନ ଘଟଣା ସ୍ଥଳରେ 144 ଧାରା ଜାରି ରହିଛି।

Leave A Reply

Your email address will not be published.