ବୃଦ୍ଧି ପାଉଛି ବେଆଇନ ଇଟା ଭାଟି

0 78

ମ. ରାମପୁର:୨୧/୩: ପରିବେଶ ପ୍ରଦ୍ୟୁଷଣ ରୋକିବା ହେଉକି ମୃତ୍ତିକା ସଂରକ୍ଷଣ କ୍ଷେତ୍ର ରେ ହଉ ସରକାର ବିଭିନ୍ନ ପ୍ରୟାସ ଜାରିରଖିଥିବା ବେଳେ ଲୋକେ କିନ୍ତୁ ସରକାର୍ ଙ୍କ କଥା କୁ ବେଖାତିର୍ କରିବାରେ ମାହିର୍ । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ୍ ର ପ୍ରତ୍ୟେକ ଗାଁ ଗୁଡିକରେ ବ୍ୟବସାୟୀକ ଭିତ୍ତି ରେ ଲୋକେ ବେଆଇନ ଇଟା ଭାଟି ନିର୍ମାଣ କରିଚାଲିଛନ୍ତି। ତାହା ପୁଣି ଜଙ୍ଗଲ ଗୁଡ଼ିକ ନିକଟରେ। ରାଜସ୍ବ ଫାଙ୍କିବା ସହ ଜଙ୍ଗଲ ର ମୂଲ୍ୟବାନ ଗଛ କାଟି ଇଟାଭାଟି ରେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଯଦ୍ୱାରା ଧୁଆଁ ରେ ପରିବେଶ ପ୍ରଦୂଷଣ ହେବା ସହ ଉକ୍ତ ଅଞ୍ଚଳ ଗୁଡିକରେ ତାପମାତ୍ରାମଧ୍ୟ ବୃଦ୍ଧି ପାଉଛି।କିନ୍ତୁ ଦୁଃଖର ବିଷୟ ଏହିକି ଯେ ଉକ୍ତ ଇଟାଭାଟି ଗୁଡିକରେ କେତେକ ସ୍ଥାନ ରେ ଶିଶୁ ଶ୍ରମିକ ମାନଙ୍କୁ ମଧ୍ୟ ନିୟୋଜିତ ଥିବା ନଜିର ରହିଛି। କିନ୍ତୁ ତାକୁ ରୋକିବାରେ ବ୍ଲକ୍ ପ୍ରଶାସନ, ତହସିଲ ଓ ବନ ବିଭାଗ ସମ୍ପୁର୍ଣ୍ଣ ବିଫଳ। ଯଦି ଓ ଆଗାମୀ ଦିନରେ ଏପରି କାର୍ଯ୍ୟ ଉପରେ ରୋକ୍ ଲଗା ନ ଯାଏ ତାହେଲେ ସରକାରଙ୍କ ରାଜସ୍ବ କ୍ଷତି ସହ ମୃତ୍ତିକା ଓ ଜଙ୍ଗଲ ନଷ୍ଟ ହେବାରେ ତିଲେ ମାତ୍ର ସନ୍ଦେହ ନାହିଁ।

Leave A Reply

Your email address will not be published.