ସରକାରୀ ଯୋଜନା ମାଲମାଲ, ଚାଷୀ ବିକଳ

0 66

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବେହେରାପାଟି ମା ଧରଣୀ ପାଣି ପଞ୍ଚାୟତ 1 ନଂ ଉଠା ଜଳସେଚନ ପଏଣ୍ଟ ଅଧୀନରେ ପାଖାପାଖି 20 ଏକର ଜମିରେ ପ୍ରତିବର୍ଷ ଭଳି ଚାଷୀ ଚାଷ କରିଥିଲେ କିନ୍ତୁ ଦୁଃଖର ବିଷୟ କି ଯେ ଉକ୍ତ ପଏଣ୍ଟ ବସିବା ଜାଗା ଠାରୁ ନଦୀର ସ୍ରୋତ ଦିଗ ପରିବର୍ତନ ହୋଇଥିବାରୁ ଜଳସଂକଟ ଦେଖା ଦେଉଥିବା ସମସ୍ତ ଚାଷୀ ଉକ୍ତ ପଏଣ୍ଟ ବସିଥିବା ଜାଗାରେ ଗୋଟିଏ ଗଭୀର କୂପ ଖନନ ନିମନ୍ତେ 2017 ମସିହା ଠାରୁ ବିଭାଗୀୟ JE ନିର୍ବାହୀ ଯନ୍ତ୍ରୀ ମୁଖ୍ୟ ଯନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନ ମାନଙ୍କୁ 5 ବର୍ଷ ଧରି ଲିଖିତ ଭାବରେ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ଅଭିଯୋଗ ହୋଇଛି କିନ୍ତୁ ସରକାରୀ ବଡ଼ବଡ଼ିଆ ବାବୁମାନେ ପତ୍ର ନଂ 14948 ତା ୧୯.୧୨.୨୦୧୭ ରେ ଏକ ପତ୍ର ଲେଖି ନିର୍ବାହୀ ଯନ୍ତ୍ରୀ ଭବାନୀପାଟଣା କୁ ଜଣାଇଦେଇ ପାଞ୍ଚ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟ ହୋଇ ନ ଥିବା ଦୁର୍ଭାଗ୍ୟ ର ବିଷୟ ବୋଲି ସମସ୍ତ ଚାଷୀ କ୍ଷୁବର ସହିତ ପ୍ରକାଶ କରିବା ସହିତ ସରକାରୀ କଲର ଉଦାସୀନତା ହେତୁ ସରକାର ପ୍ରଣୟନ କରିଥିବା ଚାଷୀ ଙ୍କ ନିମନ୍ତେ ମାଲମାଲ ଯୋଜନା ପାଣିର ଗାର ପାଲଟିଥିବା କହିଛନ୍ତି ଏବଂ ଚଳିତ ରବି ୠତୁ ରେ କରିଥିବା ସମସ୍ତ ଧାନ ଚାଷ ମରି ଯାଇଥିବାରୁ ଚଳିତ ବର୍ଷ କେମିତି କୁଟୁମ୍ବ ଚଳିବେ ସେ ନେଇ  ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଏବଂ ସମସ୍ତ ଚାଷୀ ଙ୍କ କ୍ଷୟକ୍ଷତି ଆକଳନ କରି ସରକାରୀ ନିୟମ ଅନୁଯାୟୀ କୃଷି ଓ ରାଜସ୍ୱ ବିଭାଗ ମିଳିତ ସହଯୋଗ ରେ କିଛି ଆର୍ଥିକ ସହାୟତା କରିବା ସଙ୍ଗେସଙ୍ଗେ ଚାଷୀ ମାନଙ୍କ ପାଇଁ ସ୍ଥାୟୀ ଭାବରେ ପାଣି ର ବ୍ୟବସ୍ଥା କରାଯିବା ପାଇଁ ସମସ୍ତ ଚାଷୀ ଦାବି ଜଣାଇଛନ୍ତି

Leave A Reply

Your email address will not be published.