ଆଉ ଚଳିବନି “କଟ୍ ମନି ଖେଳ’

0 61

ବାଙ୍କୁରା, ୨୧ ।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ରାଜ୍ୟରେ ଏବେ ଜୋରଦାର ପ୍ରଚାର ଚାଲିଛି । ଶାସକ ତୃଣମୂଳ କଂଗ୍ରେସ (ଟିଏମସି)କୁ ସିଧା ଶଳଖ ବିଜେପି ମୁକାବିଲା କରୁଥିବା ବେଳେ କେନ୍ଦ୍ର ସରକାରଙ୍କ ଲାଗି ଏବେ ବଙ୍ଗଳା ସମ୍ମାନର ପ୍ରଶ୍ନ ପାଲଟିଛି । ଏଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ୱାର ରାଜ୍ୟଗସ୍ତ କରୁଥିବା ବେଳେ ରବିବାର ବାଙ୍କୁରାରେ ନିର୍ବାଚନ ପ୍ରଚାର କରିଛନ୍ତି ।
ଜନସମାବେଶକୁ ପ୍ରଧାନମନ୍ତ୍ରୀ ପ୍ରଥମେ ବେଙ୍ଗଲୀରେ ସମ୍ବୋଧିତ କରିଥିଲେ । ଏଥିରେ “କଟମନୀ କା ଖେଲା ଅବ ଚୋଲବେନା’ ବୋଲି କହିଥିଲେ । ଅର୍ଥାତ ଏବେ ରାଜ୍ୟରେ ଆଉ ଭ୍ରଷ୍ଟାଚାର ସିଣ୍ଡିକେଟ୍ ଚଳିପାରିବନି । ସେହିପରି ୨ ମଇ ଔର ଦିଦି ଗୟୀ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ଦୃଢତାର ସହ କହିଥିଲେ । ଏହି ଅବସରରେ ମୋଦି ବେଙ୍ଗଲକୁ ଦେଶର ଦିଶା ଦର୍ଶ ଦେଉଥିବା ରାଜ୍ୟ ବୋଲି କହିଛନ୍ତି । ଏଣୁ ରାଜ୍ୟର ଭଲ କେଉଁଥିରେ ସେ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ଜନତାଙ୍କ ଉପରେ ନ୍ୟସ୍ତ କରିଛନ୍ତି । ଯଦି ବେଙ୍ଗଲରେ ଆମର ସରକାର ଯିତେ ଲୋକେ ଅସଲ ପରିବର୍ତ୍ତନର ସ୍ୱାଦ ଚାଖିବେ । ରାଜ୍ୟରେ ପ୍ରତ୍ୟେକ କେନ୍ଦ୍ର ପ୍ରାୟୋଜିତ ଯୋଜନା କାର୍ଯ୍ୟକାରୀ ହେବ । ବିଭିନ୍ନ ସରକାରୀ ଯୋଜନା ବାବଦେ ମଞ୍ଜୁର ଅର୍ଥ ଶତପ୍ରତିଶତ ଜନତାଙ୍କ ନିକଟରେ ପହଞ୍ଚିବ । ତେବେ ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟରେ ଟିଏମସି ଯେପରି ପ୍ରଚାର କରୁଛି ଏଥିଲାଗି କାନ୍ଥବାଡରେ ୱାଲିଂ କରୁଛି ଏହା କେବେବି ବଙ୍ଗବାସୀଙ୍କ ଆଦର୍ଶ ହୋଇ ନପାରେ ବୋଲି ମୋଦି କହିଛନ୍ତି । ନିର୍ବାଚନ ପ୍ରଚାର ଲାଗି ଟିଏମସି କାନ୍ଥବାଡ ରଙ୍ଗେଇ ଦେଇଛି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋଦିଙ୍କ ମୁଣ୍ଡକୁ ଫୁଟବଲ ଭଳି ଖେଳୁଥିବା ଦେଖାଯାଇଛି । ଏଥିରୁ ବେଙ୍ଗଲର ଐତିହ୍ୟ ଓ ମହାନ ପରମ୍ପରାର ଅପମାନ ହେଉଥିବା ମୋଦି କହିଛନ୍ତି । ସେହିପରି ଯଦି ମୁଁ ଦିଦିଙ୍କୁ କୌଣସି ପ୍ରଶ୍ନ କରୁଛି ଏଥିରେ ସେ ରାଗୁଛନ୍ତି ବୋଲି ମୋଦି କହିଛନ୍ତି । ଏବେ କହିଲେଣି ମୋ ମୁହଁ ତାଙ୍କୁ ପସନ୍ଦ ନୁହେଁ । ତେବେ ଗଣତନ୍ତ୍ରରେ ମୁହଁ ଦେଖି ଲୋକେ ନେତା ନିର୍ବାଚନ କରନ୍ତିନି ବୋଲି ମୋଦି କହିଛନ୍ତି । ଏଥିରେ ଜନତା ବିକାଶର କସଟିରେ ନେତା ଓ ପାର୍ଟିଙ୍କୁ କଷିଥାନ୍ତି । ଏଣୁ ବିଜେପି ଉପରେ ଅନୁନ୍ୟ ଥରଟିଏ ଆସ୍ଥା ସ୍ଥାପନା ଲାଗି ବାଙ୍କୁରାରେ ମୋଦି ଜନତାଙ୍କୁ ଅପିଲ କରିଛନ୍ତି ।

Leave A Reply

Your email address will not be published.