ବିମାନରେ ଚଢ଼ିବା ବେଳେ ଖସିପଡ଼ିଲେ ବାଇଡେନ୍

0 71

ୱାଶିଂଟନ, ୨୧ ।୩: ବିମାନରେ ଚଢ଼ିବା ବେଳେ ଖସିପଡିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଥରେ କି ଦୁଇ ଥର ନୁହେଁ, ତିନି ଥର ଖସିଲେ ବାଇଡେନ୍ଙ୍କ ଗୋଡ଼ । ୱାଶିଂଟନ୍ରୁ ଆଟଲାଣ୍ଟା ଅଭିମୁଖେ ଯାତ୍ରା କରିବା ପାଇଁ ବିମାନ ଉପରେ ଚଢ଼ୁଥିବା ବେଳେ ଏହି ଘଟଣା ଘଟିଛି । ସେନାବାହିନୀକୁ ଅଭିବାଦନ ଜଣାଇବା ପରେ ସେ ଆଟଲାଣ୍ଟା ଅଭିମୁଖେ ଯାତ୍ରା କରିଥାନ୍ତେ । ସେ ଆଟଲାଣ୍ଟରେ ଏସିଆ-ଆମେରିକୀୟ ଦେଶର ନେତାଙ୍କ ସହ ଆଲୋଚନା କରିଥା’ନ୍ତେ । ତେବେ ଏହା ପୂର୍ବରୁ ବିମାନରେ ଚଢ଼ିବା ବେଳେ ବାଇଡେନ୍ଙ୍କ ଗୋଡ଼ ଖସି ଯାଇଥିଲା । ଥରେ ଗୋଡ଼ ଖସିବା ପରେ ସେ ନିଜକୁ ସମ୍ଭାଳି ପୁଣି ଥରେ ବିମାନର ଶିଡି ଚଢ଼ିଥିଲେ । କିନ୍ତୁ ସେଥିରେ ମଧ୍ୟ ସେ ବିଫଳ ହୋଇଥିଲେ । ଏଭଳି ତିନି ଥର ଗୋଡ଼ ଖସିବା ପରେ ବାଇଡେନ୍ ବିମାନରେ ଚଢ଼ିଥିଲେ । ତିନି ଥର ଗୋଡ଼ ଖସିବା ପରେ ବି ଏଥିରେ ବିଚଳିତ ନହୋଇ ବିମାନରେ ସ୍ୱାଭାବିକ ଭବେ ଚଢ଼ିଥିଲେ ବାଇଡେନ୍ । ସେଠୁ ପୁଣି ଥରେ ସେ ଅଭିବାଦନ ଗ୍ରହଣ କରିଥିଲେ । ସେପଟେ ବାଇଡେନ୍ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିଛି । ୭୮ ବର୍ଷୀୟ ବାଇଡେନ୍ ଆମେରିକା ଇତିହାସରେ ପ୍ରଥମ ବୟସ୍କ ରାଷ୍ଟ୍ରପତି । ହ୍ୱାଇଟ୍ ହାଉସ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଯେହେତୁ ବିମାନରେ ଚଢ଼ିବା ବେଳେ ବହୁ ଜୋରରେ ପବନ ବୋହୁଥିଲା ତେଣୁ ଚଢ଼ିବା କଷ୍ଟକର ହୋଇଥିଲା ଏବଂ ତାଙ୍କ ନିୟନ୍ତ୍ରଣ ବିଗିଡି ଯାଇଥିଲା ବୋଲି କୁହାଯାଇଛି ।

Leave A Reply

Your email address will not be published.