ଓମ୍ ବିର୍ଲାଙ୍କୁ କରୋନା

0 74

ନୂଆଦିଲ୍ଲୀ, ୨୧ ।୩: ଲୋକସଭା ଅଧ୍ୟକ୍ଷଙ୍କୁ କରୋନା । ବାଚସ୍ପତି ଓମ୍ ବିର୍ଲା କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏହାପରେ ତାଙ୍କୁ ଗତକାଲି ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ହସ୍ପିଟାଲ ପକ୍ଷରୁ ସେ କରୋନାରେ ସଂକ୍ରମିତ ହୋଇଥିବା ନେଇ ସୂଚନା ମିଳିଛି । ସୂଚନା ମୁତାବକ, ମାର୍ଚ୍ଚ ୧୯ରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ୨୦ ମାର୍ଚ୍ଚରେ ଚିକିତ୍ସା ପାଇଁ ତାଙ୍କୁ ଏମ୍ସ କୋଭିଡ ସେଣ୍ଟରରେ ଭର୍ତ୍ତି କରାଯାଇଥିଲ । । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।

Leave A Reply

Your email address will not be published.