ଗୁରାଣ୍ଡି ପୋଲିସର ନିଷ୍କ୍ରିୟତା, ଆରିବା ପ୍ରେମୀ ଯୁଗଳଙ୍କ ମୃତ୍ୟୁ ଘଟଣାର ପରଦା ହଟିବ କେବେ?

0 66


ପାରଳାଖେମୁଣ୍ଡି, ୨୨ା୩: ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଆରିବା ଗ୍ରାମରେ ପ୍ରେମୀ ଯୁବଗଳଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟଣା ନେଇ ୧୫ ଦିନ ବିତିବାକୁ ଯାଉଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହି ମୃତ୍ୟୁ ନେଇ ହଟିନି ପରଦା । ଏହି ଘଟଣା ତଦନ୍ତ ଦାୟିତ୍ୱରେ ଥିବା ଗୁରାଣ୍ଡି ପୋଲିସର ନିଷ୍କ୍ରିୟତା ଯୋଗୁଁ ବର୍ତ୍ତମାନ ସୁଦ୍ଧା ପ୍ରେମୀ ଯୁଗଳଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚନ ହୋଇପାରି ନାହିଁ ବୋଲି ସାଧାରଣରେ ବେଶ ଅସନ୍ତୋଷ ପ୍ରକାଶ ପାଇଛି । ଘଟଣାରୁ ପ୍ରକାଶ, ଗତ ୭ ତାରିଖରେ ପ୍ରେମୀ ଯୁଗଳଙ୍କୁ ବିବତ୍ସ ଭାବେ ଉଭୟଙ୍କ ବେକକୁ ଧାରୁଆ ସ୍ତ୍ରରେ କଟାଯାଇଥିବା ବେଳେ ଉଭୟଙ୍କର ମୃତ୍ୟୁ ଶରୀରକୁ ଉକ୍ତ ଦିନ ଅପରାହ୍ନ ୫.୩୦ ସମୟରେ ଦେଖିଥିଲେ ପରିବାର ଲୋକେ । ଝିଅ ଘରର ବାରିପଟ ଏକ କୋଠରୀରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଥିଲା । ଉଭୟଙ୍କ ମୃତ ଘଟଣା ଯାହା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବିଡମ୍ବାନାର ବିଷୟ ଯେ, କେଉଁ ପରିସ୍ଥିତରେ ଉଭୟଙ୍କ ମୃତ୍ୟୁ ହୋଇଛି ତାହା ଆଜି ସୁଦ୍ଧା ସ୍ପଷ୍ଟ ହୋଇପାରିନି । ପରିବାର ଲୋକ ଜିମିରୁ ବିରି ଅମଳ ନିମନ୍ତେ ଯାଇଥିବା ସମୟରେ ଘଟିଥିଲା । ଏହା ଏକ ଜଘନ୍ୟ କାଣ୍ଡ ବୋଲି ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଛି । ଉଭୟ ମୃତକ ସେହି ଗ୍ରାମର ୨୧ ବର୍ଷୀୟା ଝିଅ ଶିବାଲା ଡିଲେଶ୍ୱରୀ ଓ ୨୮ ବର୍ଷୀୟ ପୁଅ ତାଲୁରୁ ଶ୍ରୀନୁ । ଭାଇ ଓ ମା ହ୍ରାଇଦ୍ରାବାଦ ଠାରେ ରହୁଥିବାବେଳେ ଗ୍ରାମରେ ଜଣେ ରହୁଥିଲେ ମୃତ ଶ୍ରୀନୁ । ମୃତ ଶ୍ରୀନୁ ଅଟୋ ଚାଳକ ଥିବା ବେଳେ ଅଟୋରେ କଲେଜ ଯିବା ଆସିବା କରୁଥିଲେ ମୃତ ଡିଲେଶ୍ୱରୀ । ଇତି ମଧ୍ୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହାକୁ କିନ୍ତୁ ଝିଅ ଘର ପରିବାର ବିରୋଧ କରି ଝିଅର ବିବାହ ଅନ୍ୟତ୍ର ସ୍ଥିର କରିଥିଲେ । ଯାହାକୁ ନେଇ ବ୍ୟତିବ୍ୟସ୍ତ ହୋଇପଡିଥିଲେ ପ୍ରେମୀ ଯୁଗଳ । ଝିଅ ଓ ପୁଅ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ୍ୟୁ ହୋଇଥିବା ଚିତ୍ର ଦେଖିଲେ ବାରି ହେଉଛି ଯେ କୌଣସି ଏକ ଧାରୁଆ ସ୍ତ୍ରରେ ଉଭୟଙ୍କର ଗଳାକୁ କଟାଯାଇଛି । ଏଥିରେ ଅନ୍ୟ କେହି ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି କିନ୍ତୁ ଝିଅ ଘର ଲୋକଙ୍କ କହିବା ଅନୁସାରେ ଘରେ କେହି ନଥିବା ଜାଣି ମୃତ ଶ୍ରୀନୁ ପ୍ରଥମେ ଝିଅକୁ ହତ୍ୟା କରିଛି ଏବ ପରବର୍ତ୍ତୀ ସମୟରେ ଉକ୍ତ ଅସ୍ତ୍ର ସାହାଯ୍ୟରେ ନିଜକୁ ଆଘାତ କରି ଆତ୍ମହତ୍ୟା କରିଛି । ତେବେ ଯଥା ଶୀଘ୍ର ସତ୍ୟାସତ୍ୟ ପଦାକୁ ଆଣିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି । ଡଗ ସ୍କ୍ୱାର୍ଡ, ଓ ଫରେନସିକ ଟିମ୍ ସହ ବହୁ ଅଭିଜ୍ଞ ପୋଲିସ ଅଧିକାରୀ ଅନୁଧ୍ୟାନ କରି ଫେରିଛନ୍ତି । ଏ ସଂକ୍ରାନ୍ତରେ ଅଞ୍ଚଳବାସୀ ଘଟଣାର କୌଣସି ରହସ୍ୟ ଉନ୍ମୋଚନ ପାଇଁ ପୋଲିସକୁ ଆହୁରି କେତେ ଦିନ ସମୟ ଲାଗିବ ବୋଲି ପ୍ରଶ୍ନ କରିଛନ୍ତି । ପୋଷ୍ଟମର୍ଟମ ଏବଂ ଫରେନସିକ ରିପୋର୍ଟ ଆସିବା ପରେ ରହସ୍ୟ ଉନ୍ମୋଚନ ହେବ ବୋଲି ଗୁରାଣ୍ଡି ପୋଲିସ ଦିନ ଗଡାଇ ଚାଲୁଥିବା ବେଳେ କେବଳ ପୋଲିସର ନିଷ୍କ୍ରିୟତା ଯୋଗୁଁ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରିନାହିଁ କିମ୍ବା ବର୍ତ୍ତମାନ ସୁଦ୍ଧା ପୋଲିସ କାହାକୁ ଡାକି ନେଇ ଏହି ଘଟଣାରେ ଅନୁସନ୍ଧାନ କରୁନଥିବା ମଧ୍ୟ ସାଧାରଣରେ ଚର୍ଚ୍ଚା ହେଉଛି । ଗଜପତି ଜିଲ୍ଲା ପୋଲିସ ଅଧ୍ୟକ୍ଷ ଗୁରାଣ୍ଡି ପୋଲିସର ଏଭଳି ନିଷ୍କ୍ରିୟତା ନେଇ ବିହିତ ପଦକ୍ଷେପ ଗ୍ରହଣ କରିବା ସହ ଅତି ତୁରନ୍ତ ଏହି ଘଟଣା ଉପରୁ ସମସ୍ତ ସସ୍ପେନ୍ସକୁ ହଟାଇ ପ୍ରକୃତ ଘଟଣା ଲୋକଲୋଚନକୁ ଆଣନ୍ତୁ ବୋଲି ସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.