ଗଜପତିରୁ ଆନ୍ଧ୍ରକୁ ଗଞ୍ଜେଇ ଚାଲାଣ ବେଳେ ୨ ଗିରଫ

0 73

ପାରଳାଖେମୁଣ୍ଡି, ୨୨ା୩ : ଗଜପତି ଜିଲ୍ଲାରୁ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚୋରାଚାଲାଣ ବେଳେ ୨ଜଣ ଗିରଫ ହୋଇଛନ୍ତି । ଚୋରା ଚାଲାଣରେ ବ୍ୟବହୃତ ଅଟୋରୁ ପୋଲିସ ୩୦କିଲୋ ଗଞ୍ଜେଇ ଜବତ କରିଛି । ଘଟଣାରୁ ପ୍ରକାଶ, ଗତକାଲି ରାତିିରେ ଗଜପତି ଜିଲ୍ଲାର ରାମଗିରି ଅଞ୍ଚଳରୁ ଅତ୍ୟନ୍ତ ଗୋପନୀୟ ଭାବେ ସାଇଲଡା ଓ ଆଲିଆନ୍ନାବାଞ୍ଜେରୀ ଗ୍ରାମ୍ୟରାସ୍ତା ଦେଇ ଏକ ଅଟୋ (ନମ୍ବର ଏପି୩୦ ଟିଏଫ୍ ୧୩୧୧) ସନ୍ଦେହଜନକ ଭାବେ ଯାଉଥିଲା । ଗୁରାଣ୍ଡି ପୋଲିସ ଅଟୋକୁ ଅଟକାଇ ତଦନ୍ତ କରିବାରେ ଏଥିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସ୍ପଷ୍ଟ ହୋଇଥିଲା । ପୋଲିସ ଅଟୋରୁ ୩୦କିଲୋ ୧୨୦ଗ୍ରାମ ଗଞ୍ଜେଇ ଜବତ କରି ଦୁଇଜଣଙ୍କୁ ଏହି ମାମଲାରେ ଗିରଫ କରିଛନ୍ତି । ଏମାନେ ହେଲେ ସୁନୀଲ ବେହେରା ଓ ଆଲିଆନା ଭରତ । ଏହି ଦୁଇଜଣଙ୍କ ଘର ଗଜପତି ଜିଲ୍ଲାରେ ବୋଲି ଜଣାଯାଇଛି । ଏହି ମାମଲାରେ ଚୋରା ଚାଲାଣରେ ବ୍ୟବହୃତ ଅଟୋକୁ ମଧ୍ୟ ପୋଲିସ ଜବତ କରିଛି । ଗୁରାଣ୍ଡି ଥାନାରେ ଏନେଇ ୧୯/୨୧ କେସ୍ ନମ୍ବରରେ ଏନ୍ଡିପିଏସ୍ ଧାରାରେ ମକଦ୍ଦମା ରୁଜୁ ହୋଇଥିବା ପାରଳାଖେମୁଣ୍ଡି ଏସ୍ଡିପିଓ ରାମକୃଷ୍ଣ ପତି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.